ଓଡ଼ିଶା

୧୦୦ ଏକର ନୁହେଁ ୩୪ ଏକରରେ ସୀମିତ ହେବ ବାଲିଯାତ୍ରା

କଟକ: ମହାନଦୀର ତଟ ଅଞ୍ଚଳରେ ବାଲି ଶଯ୍ୟାକୁ ନେଇ ଦେଖାଦିଇଥିବା ବିବାଦରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି ଏନ.ଜି.ଟି।ବାଲିଯାତ୍ରାକୁ ସୀମିତ ପରିଧି ମଧ୍ୟରେ ରଖିବା ସହ ବାକି ଜାଗାକୁ ଘଞ୍ଚଜଙ୍ଗଲରେ ପରିଣତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏନ.ଜି. ଟି। ଯାହା ଫଳରେ ଏବେ ଚିନ୍ତା ବଢିଛି ରାଜ୍ୟସରକାର ଏବଂ କଟକଜିଲ୍ଲା ପ୍ରଶାସନର।ସେଠାରେ କୌଣସି ପ୍ରକାର ସ୍ଥାୟୀକି ଅସ୍ଥାୟୀ କଂକ୍ରିଟ ନିର୍ମାଣ ନ କରିବା ପାଇଁ ମଧ୍ୟ ସ୍ପଷ୍ଟ ନିର୍ଦ୍ଦେଶ ରହିଛି।ଯାହାକୁ ନେଇ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନକୁ ଲାଗିଛି ଶକ୍ତ ଝଟକା।

୧୦୦ ଏକର ନୁହେଁ ୩୪ ଏକରରେ ସୀମିତ ରହିବ ବାଲିଯାତ୍ରା।ବୃଦ୍ଧି ହେବନାହିଁ ଏହାର କଳେବର। ଏଭଳି କଡା ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଗ୍ରୀନ ଟ୍ରିବୁନାଲ।ଯାହାକୁ ନେଇ ଜିଲ୍ଲା ପ୍ରଶାସନର ବର୍ଣ୍ଣାଢ୍ୟ ଆୟୋଜନରେ ଏବେ ଲାଗିଛି ବ୍ରେକ। ଚଳିତବର୍ଷ ୧୦୦ ଏକର ପରିବ୍ୟାପ୍ତ ଅଞ୍ଚଳରେ ବାଲିଯାତ୍ରା ଆୟୋଜନ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲା ଜିଲ୍ଲା ପ୍ରଶାସନ। ତେବେ ମହାନଦୀ ଶଯ୍ୟା ପୋତା ଯିବା ଘଟଣାକୁ ବିରୋଧ କରି ଏନ.ଜି.ଟିରେ ଦାୟର ମାମଲାରେ ଏହିଭଳି କିଛି ରାୟ ପ୍ରକାଶ ପାଇଛି। ଖାଲି ଏତିକି ନୁହେଁ ୪୨୬ ଏକର ଜାଗା ମଧ୍ୟରୁ କେବଳ ୩୪ ଏକର ଜମି ଉପରେ ଆୟୋଜିତ ହେବ ବାଲିଯାତ୍ରା। ଅବଶିଷ୍ଟ ୩୯୨ ଏକର ଜମିରେ ଜଙ୍ଗଲ ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏନ.ଜି.ଟି।ତେବେ ଏହି ଜମିର ଏକତୃତୀୟାଂଶ ଜାଗା ଉପରେ ପାର୍କ ଏବଂ ଖେଳପଡିଆ କରାଯାଇ ପାରିବ। ଏହା ଛଡା ଉକ୍ତସ୍ଥାନରେ ସ୍ଥାୟୀ ହେଉଅବା ଅସ୍ଥାୟୀ କଂକ୍ରିଟ ନିର୍ମାଣ ହୋଇପାରିବ ନାହିଁ ବୋଲି ରାୟରେ ପ୍ରକାଶ କରିଛନ୍ତି ଏନ.ଜି.ଟି। ତେବେ  ଜିଲ୍ଲା ପ୍ରଶାସନ ଏହି ଜାଗାରେ ଜଙ୍ଗଲ ସୃଷ୍ଟି କରନ୍ତୁ ନଚେତ ପୋତା ଯାଇଥିବା ବାଲିକୁ ସମ୍ପୁର୍ଣ୍ଣଭାବେ ଅପସାରଣ କରନ୍ତୁ। ନଚେତ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ଏନ.ଜି.ଟିର ଦ୍ୱାରସ୍ଥ ହୋଇଥିବା ଆଇନଜୀବୀ।

ଅନ୍ୟପଟେ ଐତିହାସିକ ବାଲିଯାତ୍ରା ଉପରେ ରୋକ ଲଗାଇ ନାହାନ୍ତି ଏନଜିଟି।ପୂର୍ବରୁ ଯେଭଳି ଆୟୋଜନ ହେଉଥିଲା ଠିକ ସେହି ଢଙ୍ଗରେ ଆୟୋଜିତ ହେବ ଚଳିତ ବର୍ଷର ବାଲିଯାତ୍ରା। ତେବେ ୪୨୬ ଏକରଜାଗାମଧ୍ୟରୁ ୧୪୦ ଏକର ସ୍ଥାନ ଉପରେ ଖେଳପଡିଆ ଓ ପାର୍କ ନିର୍ମାଣ ପାଇଁ ଅନୁମତି ଦେଇଛନ୍ତି NGT। ତେବେ ମହାନଦୀରୁ ବାଲି ଉଠିବା ଦ୍ୱାରା ନଦୀର ଜଳ ଧାରଣ କ୍ଷମତା ବୃଦ୍ଧି ପାଇଛି।ତେବେ ମହାନଦୀ କୂଳରେ ୧୧୦ ଏକର ସ୍ଥାନରେ ବାଲିଯାତ୍ରା ଆୟୋଜନ କରାଯିବ ବୋଲି କହିଛନ୍ତି କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ।

ଚିତ୍ତରଞ୍ଜନ ସାମନ୍ତରାୟଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button