କ୍ରାଇମ ମିଟିଂ ରେ ସମସ୍ତ ଥାନାକୁ ତାଗିଦ, ଲୋକଙ୍କୁ ସେବା ଦିଅ ସଠିକ ରାସ୍ତାରେ କାମ କର

Spread the love

ରାଉରକେଲା : ରାଉରକେଲା ପୁଲିସି ଜିଲ୍ଲାରେ ନିକଟରେ ନୁଆକରି ଏସପି ଭାବେ ମିତ୍ରଭାନୁ ମହାପାତ୍ର ଯୋଗଦାନ କରିବା ପରେ ପୁଲିସି ଜିଲ୍ଲାର ଥାନା ଅଧିକାରୀ ମାନଙ୍କୁ ନେଇ ନିକଟରେ ପ୍ରଥମ କ୍ରାଇମ ମିଟିଂ ହୋଇଥିବା ବେଳେ, ଏଥିରେ କୁଆଡେ ଥାନା ବାଲାଙ୍କୁ ତାଗିଦ କରାଯାଇଛି ସାଧାରଣ ଲୋକଙ୍କୁ ସେବା ଦିଅ, ଲୋକ ଙ୍କ ସହ ମିଶି କାମ କର କୌଣସି ସମସ୍ୟା କିପରି ଲୋକଙ୍କୁ ନେଇ ସମାଧାନ ହୋଇପାରିବ ଓ ଲୋକେ ବୁଝିବେ ବାସ୍ତବରେ ମୋ ପୁଲିସି ମୋପାଖରେ ରହିଛି ସେ ଦିଗରେ କାମ କରିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଥିବା ଖବର ମିଳିଛି । ରାଉରକେଲା ପୁଲିସି ଜିଲ୍ଲା ବିଗତ ୨ବର୍ଷ ଭିତରେ ଏକ ପ୍ରକାର ଅସଜଡା ହୋଇଜିବା ସହ ଲୋକ ମାନେ ଥାନା ଗୁଡିକରୁ ଅନେକ ଦୁରରେ ରହୁଥିଲେ, ସାଧାରଣ ଲୋକେ ଥାନାକୁ ଗଲେ ଗେଟ ଭିତରକୁ ଛଡା ନଜିବା ସହ ନାନା କଥା ପଚାରି ବାବୁ ନାହାନ୍ତି କହି ବିଦାକରିଦିଆଯାଉଥିବାର ଅଭିଯୋଗ ହେଉଥିଲା, ଅନେକ ମାମଲାକୁ ମନଇଛା ମୋଡ ଦେଇ ଚପାଇ ଦିଆଯାଇଥିବା ଅଭିଯୋଗ ହେବା ସହ କଣ୍ଟା ସଟା ବେଆଇନ ମଦ କାରବାର ବଢିଚାଲିଥିଲା । ଏସବୁ କୁ ବନ୍ଦ କରିବା ଲାଗି ନୁତନ ଏସପି ଉଦ୍ୟମ ଆରମ୍ଭ କରିବା ସହ କ୍ରାଇମ ମିଟିଂ ପୁର୍ବରୁ ପୁଲିସି ଜିଲ୍ଲାରେ ପ୍ରାୟ ୪୬ଜଣ ଏସଆଇ ଙ୍କୁ ଅଦଳ ବଦଳ କରି ବିଭିନ୍ନ ଥାନାକୁ ପଠାଇଥିଲେ । ତେବେ ଏହି ମିଟିଂ ରେ ପୁଲିସି ମାନୁଆଲ କୁ ସମ୍ମାନ ଦେଇ, ଚାକିରୀ ଆରମ୍ଭ ବେଳେ ନେଇଥିବା ଶପଥକୁ ମନେପକାଇ କାମ କରିବା ସହ ଲୋକ ଙ୍କୁ ଯେତେ ଅଧିକ ସେବା ଦେଇ ହେବ ସେ ଦିଗରେ କାମ କରିବାକୁ ପରାମର୍ଶ ଦିଆଯାଇଥିବା ଖବର ମିଳିଛି । ଅନ୍ୟ ପକ୍ଷ ପରେ ଦୁହାଳିଆ ଥାନା ଗୁଡିକରେ ବାବୁ ମାନଙ୍କର କାରନାମା ସମ୍ପର୍କରେ ସାହେବ ସମସ୍ତ ଖବର ପ୍ରତିଦିନ ପାଉଛନ୍ତି ଆଗକୁ ସଠିକ ସମାଧାନ ହେବ ଓ କାମରେ ବିଶ୍ୱାସ ରଖୁଥିବା ଅଧିକାରୀ ନ୍ୟାୟପାଇବେ ବୋଲି ଯାହା ଆଲୋଚନା ଚାଲିଥିଲା ତାହା ଖୁବ ଶିଘ୍ର କାର୍ଯ୍ୟକାରୀ ହେବବୋଲି ଆଲୋଚନା ଚାଲିଛି । ନିକଟରେ ପୁରାତନ ଏସପି ଜିବା ଆଗରୁ କିଛି ଅଧିକାରୀ ଓ କର୍ମଚାରୀଙ୍କୁ ଘରଦେବାନେଇ ହୋଇଥିବା ଆଦେଶ ନାମା ବାତିଲ ହେବା ଓ ସାହେବଙ୍କ ପାଖରେ ରହି ଚୁଗୁଲିଆ କାରବାର କରି ଥାନା ଆଦିରୁ ନିଜର ସ୍ୱାର୍ଥ ହାସଲ କରୁଥିବା ଚରିତ୍ର ମାନଙ୍କ ସମ୍ପର୍କ ଠୋସ ପଦକ୍ଷେପ ଲାଗି ହେଉଥିବା ବ୍ୟବସ୍ତାକୁ ନେଇ ଚର୍ଚ୍ଚା ଯୋର ଧରିଛି । ଖାଲି ସେତିକି ନୁହେଁ ଆଦୌ ଆଇନ ଭିତରେ ରହି କାମ କରିବାକୁ ଚାହୁଁନଥିବା କିଛି ବାବୁ ମାନେ ନିଜର ବଦଳି କରିନେବାକୁ ଯେଉଁଭଳି ଉଦ୍ୟମ ଆରମ୍ଭ କରିଛନ୍ତି ତାଙ୍କ ବିଷୟରେ ନାନା କଥା ଏବେ କୁଆଡେ ଏସପିଙ୍କ ପାଖରେ ପହଞ୍ଚିଥିବା କୁହାଯାଉଛି । ନିକଟ ଅତିତରେ ହୋମଗାର୍ଡ ମାନଙ୍କର ପୋଷାକ ସିଲେଇ ଲାଗି ସରକାର ଦେଇଥିବା ୪୦୦ ଟଙ୍କାକୁ ହଡପ କରିଥିବା ଅଧିକାରୀ ମିଡିଆ ରିପୋର୍ଟ ପରେ କିଭଳି ସମସ୍ତଙ୍କୁ ଡାକି ଡାକି ଟଙ୍କା ଫେରାଇ ପୁଣି ନିଜଯାଗାରେ ବସି ରହିଲେ ସେ ଖବର ଏସପି ପାଇଥିବା ଆଲୋଚନା ଚାଲିଛି । ତେବେ ରଥ ଯାତ୍ରା ଆଗକୁ ରହିଛି ସେ ଦିଗରେ ପୁଲିସି ତାର କାର୍ଯ୍ୟ ଆରମ୍ଭ କରିଛି ଖୁବ ଶିଘ୍ର ଥାନା ସ୍ଥରରେ ଏକ ବଡ ଧରଣର ବଦଳି ହେବ ବୋଲି ଆଲୋଚନା ଚାଲିଛି ।

Leave a Reply

Your email address will not be published. Required fields are marked *