ବରଗଡ଼ରେ ଜମୁଛି ଧନୁଯାତ୍ରା। ପଞ୍ଚମ ଦିନରେ ଗୋପପୁରରେ ଶ୍ରୀକୃଷ୍ଣଙ୍କ ଦ୍ୱାରା ଯାମଳାର୍ଜ୍ଜୁନ ଭଞ୍ଜନ, କାଳୀୟ ଦଳନ ଦୃଶ୍ୟ ଅଭିନିତ ହୋଇଥିଲା। ଗୋପପୁରରେ କୃଷ୍ଣ କେତେବେଳେ ଲହୁଣୀ ଚୋରୀ କରୁଛନ୍ତି ତ ଆଉ କେତେବେଳେ ଗୋପାଳ ବାଳକଙ୍କ ସହ ବଣଭୋଜି ରେ ମାତିଛନ୍ତି । ଦିନେ ଲହୁଣୀ ଚୋରୀ କରି ଖାଉଥିବା ବେଳେ ମା ଯଶୋଦା ଦଉଡ଼ିରେ ବାନ୍ଧି ଦେଇଥିବା ବେଳେ କାହ୍ନା ଯାମଳାର୍ଜ୍ଜୁନ ଭଞ୍ଜନ କରି ଶାପଗ୍ରସ୍ତ ଗନ୍ଧର୍ବ ଦୁଇଭାଇଙ୍କୁ ଉଦ୍ଧାର କରିଛନ୍ତି । ଏହି ଅବସରରେ ସୃଷ୍ଟିକର୍ତ୍ତା ବ୍ରହ୍ମା ଗୋପୀ ତଥା ରାଧାଙ୍କୁ ବିମୋହିତ କରିବା ପାଇଁ କୃଷ୍ଣଙ୍କୁ ମୋହନ ବଂଶୀ ପ୍ରଦାନ କରିଛନ୍ତି । ଅପରପକ୍ଷେ ଦିନକୁ ଦିନ କାଳୀୟ ନାଗର ଦର୍ପଦଳନ ପାଇଁ କାଳିନ୍ଦୀ ହ୍ରଦକୁ ଡ଼େଇଁପଡ଼ିଥିବା ବେଳେ କାଳୀନାଗ ସହ ଯୁଦ୍ଧ କରି ତାର ଗର୍ବ ଚୂର୍ଣ୍ଣ କରିଛନ୍ତି ଶ୍ରୀକୃଷ୍ଣ ।
ଏପଟେ ମହାରାଜ କଂସ ମଗଧ ରାଜ୍ୟ ଉପରେ ଆକ୍ରମଣ କରିଥିବା ବେଳେ ମଗଧ ରାଜା ଜରାସନ୍ଧକୁ ପରାସ୍ତ କରି ତାଙ୍କର ଦୁଇ ଝିଅ ହେତି ଓ ପ୍ରହେତି ଙ୍କୁ ବିବାହ କରିଛନ୍ତି । କାଳିୟ ନାଗ ର ଦର୍ପଦଳନ ଖବର ପାଇ କଳେ ବଳେ କୌଶଳେ କୃଷ୍ଣ ବଳରାମଙ୍କୁ ହତ୍ୟା କରିବା ନେଇ ରଚିଛନ୍ତି ଷଢ଼ଯନ୍ତ୍ର। ରାଜ ଅତିଥି ଭାବରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଯୋଗ ଦେଇଥିବା ବେଳେ ଆଳୁ ସମସ୍ୟା, ଶୀତଳ ଭଣ୍ଡାର ନିର୍ମାଣ ଓ ଏକ ମାସ ମୁକ୍ତ ରାଶନ ମଥୁରାରେ ଦେବା ବିଷୟରେ ନିର୍ଦେଶ ଦେଇଥିଲେ କଂସ ରାଜା। ଧନୁଯାତ୍ରାର ଷଷ୍ଠ ଦିବସରେ ମଥୁରାରେ ରଂଗସଭା ଆୟୋଜନ କରି କୃଷ୍ଣ ବଳରାମଙ୍କୁ ହତ୍ୟା ପାଇଁ ଯୋଜନା ପ୍ରସ୍ତୁତି। ନାରଦ ମୁନିଙ୍କ ପ୍ରସ୍ତାବରେ “ଧନୁଯାତ୍ରା ମହୋତ୍ସବ’ର ଘୋଷଣା ଦୃଶ୍ୟ ଅଭିନିତ ହେବ। ଅନ୍ୟପଟେ ଗୋପପୁରରେ ଶ୍ରୀକୃଷ୍ଣ ଙ୍କ ଦ୍ୱାରା ଗୋପୀଙ୍କ ବସ୍ତ୍ରାହରଣ ଏବଂ କୃଷ୍ଣବଳରାମ ଙ୍କ ବାଲ୍ୟଲିଳା ପ୍ରଦର୍ଶିତ ହେବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now