ଭଦ୍ରକରେ ଆତଙ୍କରାଜ କରୁଛନ୍ତି କୋଇଲା ମାଫିଆ। ପୋଲିସ କୁ ବଟି ଦେଇ ସାମ୍ରାଜ୍ୟ ବିସ୍ତାର କରିଛନ୍ତି କୋଇଲା ମାଫିଆମାନେ। ତାହାର ଏକ ନଗ୍ନ ଉଦାହରଣ ଦେଖିବକୁ ମିଳିଛି, ଭଦ୍ରକ ସାବରଙ୍ଗ ଥାନ ଇଚ୍ଛାପୁର ଅଂଚଳରେ। ସୂଚନା ଅନୁଯାଇ କୋଇଲା ମାଫିଆ ଙ୍କ ସମ୍ପର୍କରେ ଭଦ୍ରକ ପୋଲିସକୁ ସୂଚନା ଦେଉଥିବା ଇଚ୍ଛାପୁର ଅଂଚଳ ର ଯୁବକ ପ୍ରତାପ ବେହେରାଙ୍କୁ ଆକ୍ରମଣ। ପ୍ରତାପ ଇଚ୍ଛାପୁର ବଜ଼ାରରେ ଠିଆ ହୋଇଥିବା ସମୟରେ ୧୦ରୁ ଉର୍ଦ୍ଧ୍ବ କୋଇଲା ମାଫିଆ ଏକ ବୋଲେରୋ ଓ ଡିଜାୟର ଗାଡିରେ ପହଁଚି ତାଙ୍କୁ ଜୋର ଜବରଦସ୍ତି ବନ୍ଧୁକ ମୁନରେ ଅପହରଣ କରି କରଞ୍ଜିଆ ଜଙ୍ଗଲକୁ ନେଇ ଯାଇଥିଲେ। ସେଠାରେ ପ୍ରବଳ ମାଡ଼ ମାରି ଗୁରୁତର ଅବସ୍ଥା ରେ ଦୀର୍ଘ ଘଣ୍ଟା ପରେ ଭଦ୍ରକରେ ଛାଡ଼ିଦେଇ ଫେରାର ହୋଇ ଯାଇଥିଲେ। କିଛି ସମୟ ମଧ୍ୟରେ ଅପହୃତ ପ୍ରତାପ ବେହରା ଙ୍କ ସ୍ତ୍ରୀ କନକ ଲତା ବେହେରା ସ୍ୱାମୀ ଙ୍କ ଅପହରଣ ର ସୂଚନା ପାଇ ସ୍ୱାମୀ ଙ୍କ ଉଦ୍ଧାର ପାଇଁ ସାବରଙ୍ଗ ଥାନା ଅଧିକାରୀ ଉମାକାନ୍ତ ନାୟକଙ୍କୁ ଜଣାଇଥିଲେ। ମାତ୍ର କୋଇଲା ମାଫିଆ ଙ୍କୁ ସହଯୋଗ କରୁଥିବା ଥାନା ଅଧିକାରୀ ଘଟଣା କୁ ଅତି ହାଲୁକା ରେ ନେଇକନକଲତାଙ୍କୁ ଥାନାରୁ ବିଦା କରି ଦେଇଥିଲେ। ଶେଷରେ ନିରାଶ ହୋଇ କନକଲତା ବାଲେଶ୍ୱର ଡିଆଇଜି ସତ୍ୟଜିତ ନାୟକଙ୍କୁ ଗୁହାରି କରିଥିଲେ। ଡିଆଇଜିଙ୍କ ନିର୍ଦେଶ ପରେ ବାଲେଶ୍ବର ଅତିରିକ୍ତ ଏସପି ଆଲୋକ ରଞ୍ଜନ ରାୟ ଙ୍କ ନେତୃତ୍ୱରେ ଗୁରୁତର ଯୁବକଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲ ରେ ଭର୍ତି କରାଯାଇଥିଲା । ତେବେ ଯଥାଶୀଘ୍ର ଅଭିଯୁକ୍ତ ଙ୍କୁ ଗିରଫ କରାଯିବ ବୋଲି ଅତିରିକ୍ତ ଏସପି କହିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now