ଧାମରା ବାସୁଦେବପୁର ଅଞ୍ଚଳରୁ ଦୂରହେଲା ଲୋ-ଭୋଲ୍‌ଟେଜ୍ ସମସ୍ୟା, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବାଲିମୁଣ୍ଡା ଗ୍ରୀଡ୍ ସବ୍‌ଷ୍ଟେସନର ଲୋକାର୍ପଣ

Spread the love

ଭଦ୍ରକ : ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାଚରଣ ନିଗମ ଲିଃ ଦ୍ୱାରା ନିର୍ମିତ ୨୨୦/୧୩୨/୩୩ କେଭି ବାଲିମୁଣ୍ଡା ଗ୍ରୀଡ୍ ସବ୍‌ଷ୍ଟେସନର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଭିଡିଓ କନଫରେନ୍‌ସିଂ ଜରିଆରେ ଏହାକୁ ଲୋକାର୍ପଣ କରିଛନ୍ତି ।  ଏଥିପାଇଁ ବାଲିମୁଣ୍ଡା ଗ୍ରୀଡ୍ ନିକଟରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା ଯୋଜନାବୋର୍ଡର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଓ.ପି.ଟି.ସି.ଏଲ୍ ର ନିର୍ଦ୍ଦେଶକ ଜୟରାମ ସାହୁ, ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ । ଏହି ଗ୍ରୀଡ୍ ସ୍ଥାପନ ପାଇଁ ସ୍ୱର୍ଗତ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଅବଦାନକୁ ସ୍ମରଣ କରିବା ସହିତ ସ୍ଥାନୀୟ ଲୋକଙ୍କର ବହୁଦିନର ଦାବୀକୁ ମୁଖ୍ୟମନ୍ତ୍ରୀ ପୂରଣ କରିଥିବା ଅତିଥିମାନେ ପ୍ରକାଶ କରିଥିଲେ । ନିକଟରେ ଧାମରା ବନ୍ଦର, ନିର୍ମାଣ ହେବାକୁ ଯାଉଥିବା ଏୟାର ଷ୍ଟ୍ରିପ୍‌, ଜାତୀୟ ରାଜପଥ ସହିତ ଉ ମ ସଡ଼କ ପଥର ଯୋଗାଯୋଗ ଏବଂ ଆଜି ଲୋକାର୍ପଣ ହୋଇଥିବା ଏହି ଗ୍ରୀଡ଼୍ ଏ ଅ ଳର ବିକାଶ ପାଇଁ ପ୍ରମୁଖ ଭୂମିକା ନେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଓପିଟିସିଏଲ୍ ଜି.ଏମ୍ ସୁବ୍ରତ କୁମାର ନାୟକ ମ ପରିଚାଳନା କରିଥିଲେ । ସେ ଭଣ୍ଡାରିପୋଖରୀରେ ଏକ ନୂତନ ଗ୍ରୀଡ଼୍ ତିଆରି ହେବା ନେଇ ସୂଚନା ଦେଇଥିଲେ । ସୂଚନାଯୋଗ୍ୟକି ବାଲିମୁଣ୍ଡା, ଧାମରା ଠାରେ ୨୨୦/୧୩୨/୩୩ କେଭି ଗ୍ରୀଡ଼୍ ସବଷ୍ଟ୍ରେସନ ଓ ତତ୍ ସଂଲଗ୍ନ ଅତ୍ୟୁଚ୍ଚ ବିଦ୍ୟୁତ ସମ୍ପନ୍ନ ୩୫ କି.ମି. ୨୨୦ କେଭି ଲାଇନ୍ ନିର୍ମାଣ କାର୍ଯ୍ୟ ୩୦.୦୬.୨୦୧୮ ରୁ ଆରମ୍ଭ ହୋଇ ୧୩.୦୪.୨୦୨୩ ରେ ୨୨୦ କେ.ଭି. ଲାଇନ୍ ଚାର୍ଜ ହୋଇଥିଲା । ୨୪.୦୪.୨୦୨୩ ରେ ଗ୍ରାଡ଼୍ ସବ୍‌ଷ୍ଟେସନ ଚାର୍ଜ ହେଲା ଏବଂ ୧୬.୦୬.୨୦୨୩ ରେ ୨ ଗୋଟି ୩୩ କେ.ଭି. ଫିଡ଼ର ଚାର୍ଜ କରାଯାଇ ଟିପିଏନ୍‌ଓଡ଼ିଏ କୁ ୧୨ ମେଗାୱାଟ୍ ପାୱାର ଯୋଗାଇ ଦିଆଯାଇଅଛି । ବ ର୍ମାନ ବିଦେଇପୁର ଓ ଧାମରା ଅ ଳକୁ ଏହି ଗ୍ରିଡ଼୍‌ରୁ ଶକ୍ତି ଯୋଗାଇ ଦିଆଯାଉଅଛି । ଏହି ପ୍ରୋଜେକ୍ଟର ବ୍ୟୟ ଅଟକଳ ୮୯.୫୮ କୋଟି । ବାସୁଦେବପୁର, ଧାମରା ତଥା ଏହାର ଆଖ ପାଖ ଅ ଳରେ ଲୋ ଭୋଲଟେଜ୍ ଜନିତ ସମସ୍ୟାର ନିରାକରଣ ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ସହିତ ୧୩୨/୩୩ କେ.ଭି. ଚାନ୍ଦବାଲି ଗ୍ରିଡ଼୍‌କୁ ଧାମରା ଗ୍ରୀଡ଼୍ ସହ ସଂଯୋଗୀକରଣ ଏବଂ ଧାମରା ଅ ଳରେ ଶିଳ୍ପାୟନ ତଥା ବାଣିଜ୍ୟ ପ୍ରତିଷ୍ଠାନ ଗୁଡ଼ିକୁ ଶକ୍ତି ଯୋଗାଣ ଲକ୍ଷ୍ୟ ରିହଛି । ଏହି ଗ୍ରୀଡ଼୍‌ର କ୍ଷମତା ସମ୍ବନ୍ଧରେ ପ୍ରାପ୍ତ ସୂଚନା ଅନୁଯାୟୀ ଏଥିରେ ଅଟୋ ଟ୍ରାନ୍ସଫରମର ୩୨୦ ଏମ୍‌.ଭି.ଲ, ପାୱାର ଟ୍ରାନ୍ସଫରମର ୮୦ ଏମ୍‌.ଭି.ଏ ୨୨୦ କେ.ଭି. ଫିଡ଼ର ୫ଟି, ୧୩୨ କେ.ଭି. ଫିଡ଼ର ୭ଟି, ୩୩ କେ.ଭି. ଫିଡ଼ର ୮ଟି ଅଛି । ଟିଫିଏମ୍‌ଓଡ଼ିଏଲ୍ ପକ୍ଷରୁ ୩୩ କେ.ଭି. ଲାଇନ୍‌ର ନିର୍ମାଣ କାର୍ଯ୍ୟ ସରିଲେ ବାକି ୩ଟି ଫିଡ଼ରରୁ ଦରକାର ଲୋଡ଼୍ ଯୋଗାଇ ଦିଆଯିବା ନେଇ ସୂଚନା ପ୍ରଦାନ କରାଯାଇଛି । ଅନ୍ୟତମ ଜି.ଏମ୍‌. ଶଶାଙ୍କକୁମାର ବେହେରା, ଡ଼ି.ଜି.ଏମ୍‌. ପ୍ରଶାନ୍ତ କୁମାର ସ୍ୱାଇଁ, ଏସ୍‌.ଡି.ଓ. ସୁବ୍ରତ କୁମାର ମହାନ୍ତି ଏବଂ ଟିପିଏନ୍‌ଓଡ଼ିଏଲ୍ ର ଏସ୍‌.ସି. ଶ୍ରୀକାନ୍ତ କୁମାର ପାଢ଼ୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *