ମିଳିତ ଜନଶୁଣାଣିରେ ୧୩୫ ଅଭିଯୋଗ

Spread the love

ଭଦ୍ରକ : ଜିଲ୍ଲାପାଳ ଓ ଏସ୍.ପି.ଙ୍କ ମିଳିତ ଜନ ଶୁଣାଣି ଶିବିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଆଜି ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର, ଏସ୍.ପି. ଭଦ୍ରକ ବରୁଣ ଗୁପାଲ୍ଲି ଏହି ଶିବିରରେ ଯୋଗ ଦେଇ ସମୁଦାୟ ୧୩୫ଟି ଅଭିଯୋଗ ଶୁଣିଥିଲେ । ସେଥି ମଧ୍ୟରେ ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ୧୧୧ଟି ଅଭିଯୋଗ ଥିଲାବେଳେ ୨୪ଟି ସାମୂହିକ ସମସ୍ୟାଭିତ୍ତିକ ଥିଲା । ମୁଖ୍ୟମନ୍ରୀଙ୍କ ରିଲିଫ୍ ଫଣ୍ଡରୁ ସହାୟତା ପ୍ରଦାନ ପାଇଁ ୨ଟି ଆବେଦନ ଗ୍ରହଣ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତିମୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ସନ୍ତୋଷ କୁମାର ପାତ୍ର, ଉପଜିଲ୍ଲାପାଳ ମନୋଜ ପାତ୍ର ପ୍ରମୁଖ ଏହି ଶିବିରରେ ଯୋଗ ଦେଇ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହେଯାଗ କରିଥିଲେ । ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ମଧ୍ୟ ଏହି ଶିବିରରେ ଉପସ୍ଥିତ ରହି ଅଭିଯୋଗ ଶୁଣାଣିରେ ଆବଶ୍ୟକ ଅନୁଯାୟୀ ଜିଲ୍ଲାପାଳଙ୍କ ନିକଟରେ ଉତ୍ତର ରଖିଥିଲେ । ସହକାରୀ ଜିଲ୍ଲାପାଳ ନାଥ ମଣ୍ଡଳ ଅଭିଯୋଗ ଉପସ୍ଥାପନା ଓ ସହାୟକ ଜିଲ୍ଲାପାଳ ଚିତ୍ତରଞ୍ଜନ ସେଠୀ ଅଭିଯୋଗ ପଞ୍ଜିକରଣରେ ସହେଯାଗ କରିଥିଲେ । ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା, ଯୋଗାଣ, ଯାଜପୁର ଜଳସେଚନ, ସଂସ୍କୃତି , ଟି.ପି.ଏନ୍.ଓ.ଡ଼ି.ଏଲ୍, ଶ୍ରମ, ଭଦ୍ରକ ତହସିଲ, ଭଦ୍ରକ ବ୍ଲକ ଆଦି ସଂପୃକ୍ତ ବିଭାଗ ସମ୍ବନ୍ଧୀୟ ଆଗତ ଅଭିଯୋଗ ସବୁର ଯଥାବିଧି ସମାଧାନ ପାଇଁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦେଶ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *