ଜିଲା ସଂସ୍କୃତି ଅଧିକାରିଣୀଙ୍କ ସ୍ୱେଚ୍ଛାଚାରିତା ବିରୁଦ୍ଧରେ ଅଭିଯୋଗ, ୭ ଦଫା ଦାବି ନେଇ ବାସୁଦେବପୁର କଳାକାର ସଂଘ ପକ୍ଷରୁ ଜିଲା ପ୍ରଶାସନର ଦ୍ୱାରସ୍ଥ

Spread the love

ଭଦ୍ରକ : ଜିଲା ସଂସ୍କୃତି ଅଧିକାରିଣୀଙ୍କ ମନମୁଖୀ କାର୍ଯ୍ୟକୁ ନେଇ ବାସୁଦେବପୁର ବ୍ଲକ୍ର କଳାକାରମାନେ ୭ ଦଫା ଦାବିନେଇ ଆଜି ଜିଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି। ବାସୁଦେବପୁର ବ୍ଲକ୍ କଳା ସଂସ୍କୃତି ସଂଘ ଓ ପ୍ରସନ୍ନ ବାସୁଦେବ ପାଲା ମଣ୍ଡଳ ସଦସ୍ୟମାନେ ଜିଲାପାଳଙ୍କୁ ଦେଇଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ ଜିଲାର ବହୁ କଳାକାର ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ କଳା ସଂସ୍କୃତି କ୍ଷେତ୍ରରେ ଜିଲା ସୁନାମ ଅର୍ଜନ କରି ଗୌରବ ଆଣିଦେଇଛି। ବିଗତ ଦିନରେ ଲୋକକଳା କ୍ଷେତ୍ରରେ କାର୍ଯ୍ୟ କରି ୨୦୧୯ ମସିହାରେ ଭଦ୍ରକ ଜିଲା ଶ୍ରେଷ୍ଠ ବିବେଚିତ ହୋଇ ପୁରସ୍କୃତ ହୋଇଛି। ତେବେ ଏବେକାର ଜିଲା ସଂସ୍କୃତି ଅଧିକାରିଣୀଙ୍କ ସ୍ବେଚ୍ଛାଚାରିତା କାର୍ଯ୍ୟକୁ ନେଇ ଜିଲାର କଳାକାରମାନେ ବିଭିନ୍ନ ଶୋଷଣର ଶୀକାର ହୋଇଛନ୍ତି। ଏମାନଙ୍କର ଅଭିଯୋଗ ହେଲା ଜଣେ ପାଲା କଳାକାର ନିୟମିତ ସଂସ୍କୃତି କାର୍ଯ୍ୟାଳୟକୁ ଆସି ବେଆଇନ୍ ଭାବେ ଫାଇଲ୍ ଗୁଡିକୁ ତଦାରଖ କରିବା, ବିଭିନ୍ନ ସମୟରେ କାମ ପାଇଁ କାର୍ଯ୍ୟାଳୟକୁ ଆସୁଥିବା କଳାକାରମାନଙ୍କ ଠାରୁ ସଂପୃକ୍ତ ପାଲା ଗାୟକ ଅର୍ଥ ଆଦାୟ କରୁଥିବାର ଅଭିଯୋଗ କରିଛନ୍ତି। ଏପରିକି ଏହି ପାଲା ଗାୟକ ଜଣକ ଟେବୁଲରେ ବସି ସଂସ୍କୃତି ଅଧିକାରୀଙ୍କ ଅଫିସ୍ ମଧ୍ୟରେ ଭୋଜନ କରିବା, ଡ୍ରେସ୍ ବଦଳାଇବା ସହିତ ଖୋଲାଦେହରେ ବସି ଅଫିସ୍ରେ କାର୍ଯ୍ୟ କରୁଥିବାର ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟବସ୍ତୁ ସାଜିଛି। ଏହାବ୍ୟତୀତ କଳାକାରମାନଙ୍କ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିବା, ଜୀବିତ ପ୍ରମାଣପତ୍ରରେ ଗେଜେଟେଡ୍ ଅଫିସରଙ୍କ ସ୍ୱାକ୍ଷର ସହ ମୋହର ରହୁଥିବାବେଳେ ସଂସ୍କୃତି ଅଧିକାରିଣୀ ବ୍ଲକ୍ ଉପସଭାପତିଙ୍କ ସ୍ୱାକ୍ଷର ନହେଲେ କଟିଯିବ ବୋଲି ମୌଖିକ ନିର୍ଦ୍ଦେଶ ଦେଉଛନ୍ତି। ଏଥିପାଇଁ ୧୦୦ ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ମାଗୁଥିବାର ଅଭିଯୋଗ ହୋଇଛି। ମୁଖ୍ୟମନ୍ରୀଙ୍କ କଳାକାର ସହାୟତା ଯୋଜନାରେ ଦକ୍ଷତା ପରୀକ୍ଷା ଦେଇଥିବା କଳାକାରମାନଙ୍କ ମେରିଟ୍ ଲିଷ୍ଟ ଓ ଓ୍ବେଟିଂ ଲିଷ୍ଟ ପ୍ରକାଶନର ବହୁ ପୂର୍ବରୁ ସଂସ୍କୃତି ଅଧିକାରିଣୀଙ୍କ ଗେହ୍ଲା ପୁଅ ଏହି ପାଲା ଗାୟକ କରିଦେବେ ବୋଲି କହି ନିରୀହ କଳାକାରମାନଙ୍କ ଠାରୁ ପାଣ୍ଠି ସଂଗ୍ରହ କରୁଛନ୍ତି। ସଂସ୍କୃତି ଅଧିକାରିଣୀଙ୍କ ସ୍ବେଚ୍ଛାଚାରିତାର ଆଉ ଏକ ଦୃଷ୍ଟାନ୍ତ ହେଲା ପୂର୍ବରୁ କଳାକାରମାନେ ନିଜର ମାସିକ ସହାୟତା ରାଶି ନିୟମିତ ପାଇଆସୁଥିବାବେଳେ ଏବେ ବହୁ କଳାକାର ୫ ରୁ ୬ ମାସ ଧରି ସେମାନଙ୍କର ପ୍ରାପ୍ୟ ପାଇପାରୁନାହାଁନ୍ତି। ଅଧିକାରୀଙ୍କୁ ପଚାରିଲେ ସେ ସଂସ୍କୃତି ବିଭାଗର ଦୋଷ ଦେଇ ଖସିଯାଉଛନ୍ତି। ଏଣୁ ବାସୁଦେବପୁର ବ୍ଲକ୍ ର କଳାକାରମାନଙ୍କ ପକ୍ଷରୁ ଜିଲାପାଳଙ୍କୁ ନିବେଦନ କରାଯାଇଛି ଯେ ସଂସ୍କୃତି କାର୍ଯ୍ୟାଳୟରେ ପଶି ଏଭଳି କଳା କାରନାମା ଚଳାଉଥିବା ସଂପୃକ୍ତ ପାଲା ଗାୟକଙ୍କୁ ବିଦା କରିବା ସହ ଜଣେ ଦକ୍ଷ ଅଧିକାରୀଙ୍କୁ ଆଣିବାକୁ ନିବେଦନ କରାଯାଇଛି। ଜିଲା ପ୍ରଶାସନର ଦ୍ବାରସ୍ଥ ହୋଇଥିବା କଳାକାରମାନେ ହେଲେ ଗୌରାଙ୍ଗ ଦଳେଇ, ଭରତ ମଳିକ, ତାରାକାନ୍ତ ସାମଲ, ଚିନ୍ତାମଣି ନାୟକ, ଭାଗବତ ଜେନା, ରମାକାନ୍ତ ନାୟକ, ହରେକୃଷ୍ଣ ଧଳ, ଗିରିଶ ଚନ୍ଦ୍ର ସାମଲ, ଶଶିକାନ୍ତ ରାଉତ, ଭାଗୀରଥି ରାଉତ ପ୍ରମୁଖ।

Leave a Reply

Your email address will not be published. Required fields are marked *