କୋରାନ ପୋଡିବା ଘଟଣାରେ ଭଦ୍ରକ ମୁସ୍‌ଲିମ୍ ଜମାତ ପକ୍ଷରୁ ନିନ୍ଦା

Spread the love

ଭଦ୍ରକ : ସ୍ୱିଡେନରେ ଗତ ଇଦ୍‌-ଉଲ୍‌-ଜୁହା ପର୍ବ ପାଳନ ସମୟରେ ଇସଲାମ ଧର୍ମର ପବିତ୍ର ଗ୍ରନ୍ଥ କୋରାନ ପୋଡିବା ଘଟଣାରେ ଭଦ୍ରକ ମୁସ୍‌ଲିଜ୍ ଜମାତ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଘଟଣା ବିଶ୍ୱର ସମୁଦାୟ ଜନସଂଖ୍ୟାର ଦ୍ୱିତୀୟ ସର୍ବାଧିକ ଜନ ସମୂହକୁ ମର୍ମାହିତ କରିଛି । କୋରାନ ଗ୍ରନ୍ଥକୁ ପୋଡିବା ଦ୍ୱାରା ଏହାର ପବିତ୍ରତାକୁ ଅପମାନିତ କରିବା ସହ ଘୋର ଆଘାତ ଦେଇଛି । ଏହି ପରିପ୍ରେକ୍ଷୀରେ ଆଜି ମୁସଲିତ୍ ଜମାତ ପକ୍ଷରୁ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁ ଏକ ଲିଖିତ ନିନ୍ଦା ପ୍ରସ୍ତାବ ଜମାତର ଉପସଭାପତି ଜକାଉଲ୍ଲା, ସହ ସଂପାଦକ ଅବଦୁଲ ମୁକିତ, ସେକ୍ ଅନୱାର ହୋସେନ, ସେକ୍ ସିରାଜୁଦ୍ଦିନ୍‌, ଜମିଲ ଅଖତର ଖାନ୍‌, କରିମ୍ ସାହା, ମୁସ୍ତାକ ଗହ୍ୱର ପ୍ରମୁଖ ସଦସ୍ୟମାନେ ପ୍ରଦାନ କରିଛନ୍ତି । 

Leave a Reply

Your email address will not be published. Required fields are marked *