ଗୁରୁତର ଆହତଙ୍କ ସହାୟତା ପାଇଁ ହାତ ବଢାଇଲା ଭଦ୍ରକ ଡାକ ବିଭାଗ 

Spread the love

ଭଦ୍ରକ : ଭଦ୍ରକ ଘୋଷରା ବଜାର ଉପ ଡାକଘରେ କାର୍ଯ୍ୟରତ ଜଣେ ଭିନ୍ନକ୍ଷମ ଗ୍ରାମୀଣ ଡାକ କର୍ମଚାରୀ ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବାବେଳେ ତାଙ୍କର ଚିକିତ୍ସା ପାଇଁ ଭଦ୍ରକ ଡାକ ବିଭାଗ କର୍ମଚାରୀମାନେ ସହାୟତାର ହାତ ବଢାଇଛନ୍ତି । ଏଠାରେ ସୂଚନାଯୋଗ୍ୟ ବିଜୟ ପାତ୍ର ନାମକ ଗ୍ରାମୀଣ ଡାକସେବକ ଏକ ସଡକ ଦୁର୍ଘଟଣାରେ ଗୁରୁତର ହୋଇ କଟକ ଅଶ୍ୱିନୀ ହସ୍‌ପିଟାଲକୁ ସ୍ଥାନାନ୍ତର ହୋଇଥିଲେ । ଏହି ଖବର ପାଇବା ପରେ ଭଦ୍ରକ ଡାକ ବିଭାଗର ଅଧୀକ୍ଷକ ବିଜୟ କୁମାର ମହାନ୍ତି ନିଜର ହ୍ୱାଟସ୍‌ଆପ୍ ଗ୍ରୁପ୍ ଜରିଆରେ ସମସ୍ତ କର୍ମଚାରୀଙ୍କୁ ତୁରନ୍ତ ସହାୟତାର ହାତ ବଢାଇବାକୁ ନିବେଦନ କରିଥିଲେ । ଏବଂ ଖୁବଶୀଘ୍ର  ୧ ଲକ୍ଷ ୨୧ ହଜାର ୫୭୯ ଅର୍ଥରାଶି ସଂଗୃହିତ ହୋଇପାରିଥିଲା । ଅଧୀକ୍ଷକ ଶ୍ରୀ ମହାନ୍ତି ଆଜି ଆହତ କର୍ମଚାରୀଙ୍କ ପିତାଙ୍କୁ ଉକ୍ତ ଅର୍ଥରାଶି ପ୍ରଦାନ ପୂର୍ବକ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ତେବେ ଡାକ ଅଧୀକ୍ଷକ ଶ୍ରୀ ମହାନ୍ତିଙ୍କର ଏଭଳି ମହତ୍ କାର୍ଯ୍ୟକୁ ଡାକ କର୍ମଚାରୀମାନେ ଉଚ୍ଚ ପ୍ରଶଂସା କରିଛନ୍ତି । ଏବଂ ସମସ୍ତ ଉଚ୍ଚ ଅଧିକାରୀଙ୍କ ପାଇଁ ଏହା ଏକ ପ୍ରେରଣା ନିଶ୍ଚୟ ।

Leave a Reply

Your email address will not be published. Required fields are marked *