ଅମଲା ସଂଘ ଧର୍ମଘଟ ୮ଦିନରେ ପହଞ୍ଚିଲା, ରଜ ପୂର୍ବରୁ ଭତା ମିଳିବା ନେଇ ଅନିଶ୍ଚିତତା

Spread the love

ଭଦ୍ରକ : ସମଗ୍ର ରାଜ୍ୟରେ ଅମଲା ସଂଘ ପକ୍ଷରୁ ଧର୍ମଘଟ ଜାରୀ ରହିଛି । ଏହି ଧର୍ମଘଟ ୮ଦିନରେ ପହଞ୍ଚଛି । ତେବେ ଏହି ଧର୍ମଘଟ ଯୋଗୁ ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ରଜ ପୂର୍ବରୁ ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ ଇତ୍ୟାଦି ଭତ୍ତା ମିଳିବା ନେଇ ଅନିଶ୍ଚିତା ଦେଖାଦେଇଛି । ପ୍ରଶାସନ ରଜ ପୂର୍ବରୁ ଭତ୍ତା ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଥିଲେ । ରଜ ପୂର୍ବରୁ ଭତ୍ତା ପାଇଲେ ହିତାଧିକାରୀମାନେ ଉପକୃତ ହୋଇପାରିଥାନ୍ତେ । ମାତ୍ର ଅମଲାସଂଘର ଧର୍ମଘଟ ପାଇଁ ହିତାଧିକାରୀମାନେ ଭତ୍ତା ପାଇବା ନେଇ ଆଶଙ୍କା ଦେଖାଦେଇଛି । ଜିଲା ଭତ୍ତା ବିଭାଗର ଅମଲାମାନେ ଧର୍ମଘଟରେ ସାମିଲ ହୋଇଥିବାରୁ ସେମାନେ ଭତ୍ତା ପାଇଁ ଆବଶ୍ୟକ କରୁଥିବା କାଗଜପତ୍ର ପ୍ରସ୍ତୁତ କରୁନାହାନ୍ତି । ଯେଉଁଥିପାଇଁ ରଜ ପୂର୍ବରୁ ହିତାଧିକାରୀମାନଙ୍କୁ କିପରି ଭତ୍ତା ବଣ୍ଟନ କରାଯିବ ସେନେଇ ପ୍ରଶାସନର ଚିନ୍ତାର କାରଣ ହୋଇଛି । ଏଥି ସହିତ ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ଉପକୋଷାଗାର, ସବ୍ ରେଜେଷ୍ଟ୍ରି କାର୍ଯ୍ୟାଳୟ ଇତ୍ୟାଦିର ଅମଲାମାନେ ଧର୍ମଘଟରେ ସାମିଲ ହୋଇଥିବାରୁ କୌଣସି କାର୍ଯ୍ୟ ହୋଇପାରୁନାହିଁ । ଫଳରେ ଲୋକମାନେ ବହୁ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି । ଏ ସମ୍ପର୍କରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର ମୋହନ ଦାସଙ୍କୁ ପଚାରିବାରୁ ସେ କହିଥିଲେ ଯେ ଅନ୍ୟ ସରକାରୀ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇ ରଜ ପୂର୍ବରୁ ଭତ୍ତା ବଣ୍ଟନ କରାଯିବାର ପଦକ୍ଷେପ ନିଆଯାଉଛି ।

Leave a Reply

Your email address will not be published. Required fields are marked *