Bhadrak
ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ଭଦ୍ରକ: ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତ ଦେହ। ଭଦ୍ରକ ଭଣ୍ଡାରିପୋଖରୀ ଥାନା ମାଳଦା ପଞ୍ଚାୟତ ରଘୁନାଥପୁର ନିକଟ ବୈତରଣୀ ନଦୀରୁ ଵୃଦ୍ଧାଙ୍କ ମୃତ ଦେହ ମିଳିଛି। ଆଜି ସକାଳୁ ଵୃଦ୍ଧାଙ୍କ ମୃତଦେହ କଣ୍ଟି ଏସକେପ ନିକଟରୁ ଉଦ୍ଧାର ହୋଇଛି। ଗତକାଲି ସକାଳୁ ବୃଦ୍ଧା ଜଣଙ୍କ ବୈତରଣୀ ନଦୀକୁ ଯାଇ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବାରୁ ଵୃଦ୍ଧାଙ୍କ ପିନ୍ଧା ଶାଢୀ ଓ କାଚ ପଡିଥିବା ଦେଖି ନଦୀରେ ଭାସି ଯାଇଥିବା ସନ୍ଦେହ କରିଥିଲେ। ଖବର ପାଇ ଘଟଣା ସ୍ଥଳରେ ଦମକଳ ଵାହିନୀ ପହଞ୍ଚି ଵୈତରଣୀ ନଦୀରେ ଖୋଜାଖୋଜି କରିଥିଲା ବେଳେ ଆଜି ସକାଳୁ ବୃଦ୍ଧାଙ୍କର ମୃତଦେହ ଉଦ୍ଧାର ହୋଇଛି।