ଜିଲ୍ଲାର ଚର୍ଚିତ ଗ୍ରାମ ଅଣ୍ଡିଆପାଟ ଘଟଣା, ଗଣଧାରଣା ପରେ ଗା୍ରମ ଦାଣ୍ଡରୁ ଜବରଦଖଲ ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦେଶ

Spread the love

ଭଦ୍ରକ : ଚାନ୍ଦବାଲି ତହସିଲଦାରଙ୍କ ଅବିଚାରମୂଳକ ପ୍ରଶାସନିକ କାର୍ଯ୍ୟକଳାପର ପ୍ରତିବାଦରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସମାଜିକ କର୍ମୀ ଲକ୍ଷ୍ମୀଧର ବିଶ୍ବାଳ ଏବଂ ତାଙ୍କ ପରିବାରର ସଦସ୍ୟସଦସ୍ୟାଙ୍କ ସହିତ କେତେକ ଗ୍ରାମବାସୀ ଗଣଧାରଣାରେ ବସିଥିଲେ। ପରେ ପୋଲିସର ସହେଯାଗରେ ଜିଲ୍ଳାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଶ୍ରୀ ବିଶ୍ବାଳଙ୍କ ସହିତ ସବିଶେଷ ଆଲୋଚନା କରି ତାଙ୍କ ପ୍ରତି ଓ ତାଙ୍କ ପରିବାର ପ୍ରତି ତହସିଲଦାର ଚାନ୍ଦବାଲିଙ୍କ ତରଫରୁ ହୋଇଥିବା ସମସ୍ତ ଅବିଚାରମୂଳକ କାର୍ଯ୍ୟ ବାବଦରେ ପଚାରି ବୁଝିଥିଲେ। ଘଟଣାର ଗୁରୁତ୍ବକୁ ହୃଦୟଙ୍ଗମ କରି ଜିଲ୍ଳାପାଳ ଶ୍ରୀଯୁକ୍ତ ବୋନ୍ଦର ତୁରନ୍ତ ଚାନ୍ଦବାଲି ତହସିଲ୍ରେ ପଡ଼ି ରହିଥିବା କେସ୍ ନଂ ୧୬୨/୨୦୨୦ର ବିଚାର କରି ଅଣ୍ଡିଆପାଟ ଗ୍ରାମ୍ୟ ରାସ୍ତାରୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ସରକାରୀ ମାପ କରାଇ ଜବରଦଖଲମୁକ୍ତ କରିବାକୁ ଚାନ୍ଦବାଲି ତହସିଲଦାରଙ୍କୁ ନିର୍ଦଶ ଦେଇଥିଲେ। ଏ ବାବଦରେ ଚାନ୍ଦବାଲି ତହସିଲଦାରଙ୍କୁ ସମସ୍ତ ବିଷୟ ଫୋନ ଯୋଗେ ଅବଗତ କରାଇବାକୁ ଉପଜିଲ୍ଳାପାଳଙ୍କୁ କହିବା ସହିତ ଡେପୁଟି କଲେକ୍ଝର ମଣ୍ଡଳ ଉକ୍ତ ନିର୍ଦ୍ଦେଶନାମାକୁ ହ୍ବାଟ୍ସଅପ୍ ଯୋଗେ ତହସିଲଦାର ସୁଶାନ୍ତ ସୂତାରଙ୍କୁ ପଠାଇଥିଲେ। ଧାରଣା ପ୍ରତ୍ୟାହୃତ ପରେ ଶ୍ରୀ ବିଶ୍ବାଳ ଗଣମାଧ୍ଯମକୁ ସୂଚନା ଦେଇ କହିଥିଲେ ଯେ ବାରମ୍ବାର ଅଭିେଯାଗ ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବାରୁ ସେ ବାଧ୍ଯ ହୋଇଥିଲେ ପରିବାର ସହ ଗଣଧାରଣାରେ ବସିବା ପାଇଁ। ଜିଲ୍ଳାପାଳ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାହାର କାର୍ଯ୍ୟକାରିତାରେ ବିଳମ୍ବ ହେଲେ କିମ୍ବା କାର୍ଯ୍ୟକାରିତା ନହେଲେ ପୁଣି ଆନ୍ଦୋଳନକୁ ଆହୁରି କଠୋର କରିବେ ବୋଲି ଶ୍ରୀ ବିଶ୍ବାଳ କହିଥିଲେ। ଏହି ଗଣଧାରଣାରେ ଶ୍ରୀ ବିଶ୍ବାଳଙ୍କ ମାଆ ଅଖୁଜୀ ବିଶ୍ବାଳ, ତାଙ୍କର ସମସ୍ତ ଭାଇ, ଭାଉଜ, ପୁତୁରା, ଝିଆରୀଙ୍କ ସହିତ ଗ୍ରାମବାସୀ ଅମିୟ ସାମଲ, ସତ୍ୟାନନ୍ଦ ବିଶ୍ବାଳ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *