ଭଣ୍ଡାରିପୋଖରୀରେ ଜଳ ନିଷ୍କାସନ ସମସ୍ୟା, ବିଭିନ୍ନ ଅଞ୍ଚଳ ପାଣିଘେରରେ, ପ୍ରତିବର୍ଷ ସମସ୍ୟା ଭୋଗୁଛନ୍ତି ଚାଷୀ

Spread the love

ଭଦ୍ରକ : ଗତ ଗୋଟିଏ ଦିନର ବର୍ଷାରେ ଏହି ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀଙ୍କ ସମସ୍ୟାର ଅନ୍ତ ଘଟୁନାହିଁ । ଏହି ବ୍ଲକ୍‌ର ବିସ୍ତୀର୍ଣ୍ଣ ଅଞ୍ଚଳ ତିନିଦିନ ପରେ ବି ଜଳ ନିଷ୍କାସନ ହୋଇନପାରିବା କାରଣରୁ ଅନେକ ପରିବାର ଏବେବି ପାଣିଘେରରେ ରହିଛନ୍ତି । ବାରିକପୁର ଡାକ୍ତରଖାନା ନିକଟରେ ଥିବା ୧୬ ନଂ ଜାତୀୟ ରାଜପଥ ପାଶ୍ୱର୍ରେ ରହୁଥିବା ୧୦ଟି ପରିବାର ପାଣିଘେରରେ ରହିଥିବାବେଳେ ପ୍ରତ୍ୟେକ ଭାରି ବର୍ଷା ସମୟରେ ଏଠାରେ ଜଳ ନିଷ୍କାସନ ହୋଇନପାରିବାରୁ ସେମାନଙ୍କର ଦୁର୍ଦ୍ଦଶାର ଅନ୍ତ ଘଟୁନାହିଁ । ଅନୁରୂପ ରାମଚନ୍ଦ୍ରପୁର ପଞ୍ଚାୟତ ଅଧୀନସ୍ଥ ଭୂତିଆ ଗ୍ରାମର କେତେକ ଆଦିବାସୀ ପରିବାର ଏବେବି ପାଣି ଘେରରେ ରହିଛନ୍ତି । ରାମଚନ୍ଦ୍ରପୁର ଓ ତେସିଙ୍ଗା ପଞ୍ଚାୟତର ପ୍ରାୟ ଶହେ ହେକ୍ଟର ଜମିରେ ଏବେବି ପାଣି ବୁଡି ସ୍ରୋତ ଚାଲୁଥିବାବେଳେ ପ୍ରତିବର୍ଷ ଖରିଫ ଚାଷ ସମୟରେ ଜଳ ନିଷ୍କାସନ ସମସ୍ୟାକୁ ନେଇ ଚାଷୀମାନେ କ୍ଷତି ସହୁଛନ୍ତି । ଏହାଛଡା ବାହାଦଲପୁର, ମଞ୍ଜୁରୀ ରୋଡ୍ ପରି ଅନେକ ସ୍ଥାନରେ ଜଳ ନିଷ୍କାସନ ସମସ୍ୟା ଯୋଗୁଁ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଆଜି ବିଜେପିର ଏକ ପ୍ରତିନିଧି ଦଳ ଦଳୀୟ ନେତା ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ପାଣିଘେରରେ ଥିବା ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହ ଆଦିବାସୀ ପରିବାର ଗୁଡିକୁ ଶୁଖିଲା ଖାଦ୍ୟ ବ ନ କରିଛନ୍ତି । ଏଥିରେ ଦଳର ବିଧାନସଭା ସଂଯୋଜକ ପ୍ରକାଶ ମହାପାତ୍ର, ପଞ୍ଚାୟତ ସମିତି ସଦସ୍ୟ ପ୍ରତାପ ଦ୍ୱିବେଦୀ, କୃଷକ ମୋର୍ଚ୍ଚା ସଭାପତି କ୍ଷୀରୋଦ ରାୟ, ଜୟସ୍ମିତ ଗୋଚ୍ଛାୟତ ପ୍ରମୁଖ ପାଣିଘେର ଅଞ୍ଚଳ ଅନୁଧ୍ୟାନ କରିବା ସହ ଭଣ୍ଡାରିପୋଖରୀ ତହସିଲଦାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏବଂ ପ୍ରଶାସନ ତୁରନ୍ତ ଜଳନିଷ୍କାସନ ବ୍ୟବସ୍ଥା ପାଇଁ ପଦକ୍ଷେପ ନେବା ସହ ସ୍ଥାୟୀ ସମାଧାନର କାର୍ଯ୍ୟ କରିବାକୁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *