ଜେଜେମା, ନାତି ଓ ନାତୁଣୀବୋହୂ ଶେଷରେ ଏକତ୍ରିତ ହେଲେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ କାର୍ଯ୍ୟାଳୟରେ

Spread the love

ଭଦ୍ରକ : ପାରିବାରିକ କନ୍ଦଳର ଏକ ସଫଳ ଏବଂ ସ୍ଥାୟୀ ସମାଧାନ ସମ୍ଭବ ହୋଇପାରିଛି। ଅଭିେଯାଗ କାରିଣୀ ଜମ୍ବୁ ବେହେରା ବୟସ ୮୦ ବର୍ଷ, ସ୍ୱମୀ ସ୍ବର୍ଗତ ଭୀମସେନ ବେହେରା, ସା/ପୋ-ବରାଳପୋଖରୀ, ଥାନା-ଭଦ୍ରକ (ସଦର), ଜିଲ୍ଲା-ଭଦ୍ରକ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକର ସମ୍ମୁଖ କାର୍ଯ୍ୟାଳୟରେ ଦରଖାସ୍ତ ଦେଲାପରେ ତାଙ୍କ ନାତି ଏବଂ ନାତୁଣୀ ବୋହୁଙ୍କୁ ନୋଟିସ୍ ମାଧ୍ଯମରେ ଡକାଯାଇ ଆପୋଷ ବୁଝାମଣା କରାଯାଇଥିଲା। ନାତି ଶ୍ରୀ ଲକ୍ଷ୍ମଣ ବେହେରା ଏବଂ ନାତୁଣୀ ବୋହୂ ଶ୍ରୀମତି ସଂଗୀତା ବେହେରା ଉଭୟ ବରାଳପୋଖରୀ, ଭଦ୍ରକ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସମ୍ମୁଖ କାର୍ଯ୍ୟାଳୟରେ ଉପସ୍ଥିତ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ସଚିବ ନେହା ଅଗ୍ରଓ୍ବାଲଙ୍କ ଉପସ୍ଥିତି ଏବଂ କାର୍ଯ୍ୟରତ ରିଟେନର କାହ୍ନୁ ଚରଣ ବାରିକ୍ଙ୍କ ପ୍ରୟାସ କ୍ରମେ ଜେଜେମା, ନାତି ଓ ନାତୁଣୀ ବୋହୁ ପରିଶେଷରେ ଏକତ୍ରିତ ହୋଇଥିଲେ ଏବଂ ଆଗକୁ ଖୁସିରେ ଏକାଠି ରହିବାର ଲିଖିତ ପ୍ରତିଶ୍ରୁତି ଦେଇଥିଲେ।

Leave a Reply

Your email address will not be published. Required fields are marked *