ଗୋଟିଏ ରଶିରେ ଅତ୍ମହତ୍ୟା କଲେ ପତି-ପତ୍ନୀ, ଆର୍ଥିକ ଅନାଟନ ଆତ୍ମହତ୍ୟାର କାରଣ

Spread the love

ଭଦ୍ରକ : ଦୀର୍ଘ ବର୍ଷ ଧରି ସାଥୀ ହୋଇ ଚଳୁଥିଲେ । ଶେଷରେ ଗୋଟିଏ ରଶିରେ ପତି-ପତ୍ନୀ ଆତ୍ମହତ୍ୟା କରିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ତିହିଡ଼ି ଥାନା କାଁପଡ଼ା ପଞ୍ଚାୟତ ଅଧୀନ ବାରଣାକୁଳ ଗ୍ରାମରେ । ଆର୍ଥିକ ଅନାଟନ ପାଇଁ ସେମାନେ ଆତ୍ମହତ୍ୟା କରିଥିବା ନେଇ ସେମାନଙ୍କ ପୁଅ ଅଭିଯୋଗ କରିଛି । ପ୍ରକାଶ ଯେ, ବାରଣାକୁଳ ଗ୍ରାମର ଉପନ୍ଦ୍ରେ ମଳିକ (୫୦) ଓ ତାଙ୍କ ପତ୍ନୀ ମିନତୀ ମଳିକ (୪୫) ସୋମବାର ରାତିରେ ଶୋଇବା ଘରେ ଚାଳଛପର ଶିଣିରେ ଗୋଟିଏ ରଶିର ଦୁଇମୁଣ୍ଡରେ ଦୁଇଜଣ ଆତ୍ମହତ୍ୟା କରିଛନ୍ତି । ସକାଳ ୧୧ଟା ପର୍ଯ୍ୟନ୍ତ ଘରର କବାଟ ଖୋଲା ନଯିବାରୁ ଗ୍ରାମବାସୀମାନେ ସନ୍ଦେହ କରି ଝରକାରେ ଦେଖିଥିଲେ ଯେ ଉପେନ୍ଦ ଓ ତାଙ୍କ ପତ୍ନୀ ଶୋଇବା ଘରେ ରଶି ଲଗାଇ ଝୁଲୁଛନ୍ତି । ଏ ସମ୍ପର୍କରେ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ । ତିହିଡ଼ି ଥାନା ଅଧିକାରୀ ଏମଡି ହାପିଜଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ଶ୍ରୀକାନ୍ତ ନାୟକ ଓ ପ୍ରଶାନ୍ତ ଦାସ ଘଟଣା ସ୍ଥଳରେ ପହଞ୍ଚି ଘର କବାଟ ଭାଙ୍ଗି ଝୁଲନ୍ତା ଶବକୁ ଓହ୍ଲାଇ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏ ସମ୍ପର୍କରେ ପୁଲିସ ୨୧/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି । ଉପେନ୍ଦ୍ର ଜଣେ ଦିନ ମଜୁରିଆ ଥିବା ବେଳେ ତାଙ୍କ ସ୍ତ୍ରୀ ମିନତୀ ଆଶାକର୍ମୀ ଭାବେ କାର୍ଯ୍ୟ କରନ୍ତି । ସେଥିରୁ ଯାହା ଉପାର୍ଜନ ହୁଏ ପରିବାର ପ୍ରତିପୋଷଣ ସହିତ ତାଙ୍କ ପିଲାମାନଙ୍କର ଉଚ୍ଚ ଶିକ୍ଷା ପାଇଁ ଅର୍ଥ ଯୋଗାଇବା ସମ୍ଭବପର ହେଉନଥିଲା । ତାଙ୍କର ଦୁଇ ପୁଅ ଏବେ ବିଭିନ୍ନ ସ୍ଥାନରେ ଉଚ୍ଚ ଶିକ୍ଷା ନେଉଛନ୍ତି । ସେଥିପାଇଁ ଆର୍ଥର ଆବଶ୍ୟକତା ପଡ଼ିଥିଲା । ସେମାନଙ୍କର ପାଠପଢ଼ା ପାଇଁ ଅର୍ଥ ଯୋଗାଇ ନପାରିବାରୁ ମାନସିକ ଭାରସାମ୍ୟ ହରାଇ ଗୋଟିଏ ଦିନରେ ଗୋଟିଏ ରଶିରେ ଆତ୍ମହତ୍ୟ କରିଥିବା ତାଙ୍କ ପୁଲିସ ନିକଟରେ ପ୍ରକାଶ କରିଛନ୍ତି । ଏପରି ଅଶୋଭାବିକ ଓ ଅଭାବନୀୟ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହେବା ସହିତ ଶୋକର ଛାୟା ମଧ୍ୟ ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *