ଅବହେଳିତ ପଡାଗ୍ରାମ ତୁଟାସାହି, ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ, ବର୍ଷା ହେଲେ ଯାତାୟାତ ଠପ୍

Spread the love

ଭଦ୍ରକ : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନସ୍ଥ କୁବେରା ଗ୍ରାମ ପଞ୍ଚାୟତ ଅଧୀନ ନୂତନ ରାଜସ୍ୱ ଗ୍ରାମ ଇଟାଗଡିର ପଡାଗ୍ରାମ ଭାବେ ପରିଚିତ ତୁଟାସାହି ଅବହେଳିତ ଅବସ୍ଥାରେ ରହିଛି । ଯାହାକି ଇଟାଗଡି ଗ୍ରାମ ର ଏକ ବିଚ୍ଛିନ୍ନ ଅଂଚଳ । ଉକ୍ତ ଗ୍ରାମ ରେ ପ୍ରାୟ ଏକ ହଜାରରୁ ଅଧିକ ଲୋକ ବସବାସ କରିଥାନ୍ତି । ଇଟାଗଡି ଉଚ୍ଚ ବିଦ୍ୟାଳୟ ଠାରୁ ମାତ୍ର ପାଞ୍ଚ ଶହ ମିଟର ଦୂରରେ ଅବସ୍ଥିତ ଏହି ପଡ଼ାଗ୍ରାମର ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ବର୍ଷା ଦିନେ ପିଲାମାନେ ବିଦ୍ୟାଳୟକୁ ପାଠ ପଢିବାକୁ ଯାଇ ପାରନ୍ତି ନାହିଁ । କୋଡିଏ ବର୍ଷ ପୂର୍ବେ ତତ୍କାଳୀନ ସରପଞ୍ଚ କିଛି ନାଲି ଗୁଡି ଓ ମେଣ୍ଟାଲ ପକାଇ ଏହି ଗ୍ରାମର ରାସ୍ତା ନିର୍ମାଣ କରିଥିଲେ । ବର୍ତ୍ତମାନ ଖାଲି ମାଟି ବ୍ୟତୀତ ଆଉ କିଛି ଦେଖା ହେଉ ନାହିଁ । ଗ୍ରାମବାସୀ ମାନେ ଯାହା ବର୍ଷା ହେଲେ ଘରୁ ପଦାକୁ ବାହାରି ପାରନ୍ତି ନାହିଁ । ପଞ୍ଚାୟତର ସବୁ ଆଡେ ରାସ୍ତା ଘାଟର ବିକାଶ ହେଉଥିବା ବେଳେ ତୁଟାସାହି ପାଇଁ ରାସ୍ତା ଘାଟର ନିର୍ମାଣ ଦିଗରେ ପ୍ରଶାସନ ତତ୍ପରତା ପ୍ରକାଶ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ନିର୍ବାଚନ ସମୟ ଆସିଲେ ମାଳମାଳ ନେତା ଗ୍ରାମକୁ ଆସି କେବଳ ପ୍ରତିଶ୍ରୁତି ଦେଇ ଚାଲି ଯାଆନ୍ତି । କିନ୍ତୁ ବାସ୍ତବରେ ଏଠାରେ କୌଣସି କାମ ହୁଏ ନାହିଁ । ଏହି ଗ୍ରାମକୁ ଯାତାୟତ ପାଇଁ ଭଲ ରାସ୍ତାଟିଏ ନଥିବାରୁ ଗ୍ରାମର କୌଣସି ଲୋକ ଅସୁସ୍ଥ ହେଲେ ହଠାତ୍ ଡାକ୍ତରେ ଖାନାକୁ ଯିବା ଆସିବା କଷ୍ଟକର ହୋଇ ଥାଏ । ବର୍ଷା ଦିନ ପୂର୍ବରୁ ରାସ୍ତାକାର୍ଯ୍ୟ ନିର୍ମାଣ କରିବା ପାଇଁ ସମାଜସେବୀ ଗଣେଶ ପ୍ରସାଦ ରାଉତ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବଗ୍ରାହୀ ମଲ୍ଲିକ, ଗଂଗାଧର ମଲ୍ଲିକ, ସନାତନ ରାଉତ, ବୈଲୋଚନ ମଲ୍ଲିକ, ଜୟକୃଷ୍ଣ ପରିଡା ପ୍ରମୁଖ ବିଭାଗୀୟ ଅଧିକାରୀଙ୍କୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *