ଛାତ୍ରୀଙ୍କୁ ଶିକ୍ଷୟିତ୍ରୀଙ୍କ ଦୁର୍ବ୍ୟବହାର, କାର୍ଯ୍ୟାନୁଷ୍ଠାନ ନେଇ ଅଭିଭାବକ ଓ ଗ୍ରାମବାସୀ ଜିଲା ପ୍ରଶାସନର ଦ୍ୱାରସ୍ଥ

Spread the love

ଭଦ୍ରକ : ବିଦ୍ୟାଳୟରେ ଜାତିଆଣ ମନୋଭାବ ରଖି ଉତ୍କଳମଣି ସରକାରୀ ପ୍ରାଥମିକ ବିଦ୍ୟାଳୟ, ବନ୍ଧଟିଆର ଜଣେ ଶିକ୍ଷୟିତ୍ରୀ ଦୁଇ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିେଯାଗରେ କାର୍ଯ୍ୟାନୁଷ୍ଠାନ ହେଉନଥିବା ନେଇ ଅଭିଭାବକ ଓ କେତେକ ଗ୍ରାମବାସୀ ଆଜି ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଅତିରିକ୍ତ ଜିଲ୍ଲାପାଳଙ୍କୁ ଦେଇଥିବା ଅଭିେଯାଗ ପତ୍ରରେ ଦର୍ଶାଇଛନ୍ତି ଯେ, ଗତ ୨୭.୦୬.୨୩ ରିଖରେ ଏହି ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ଦୁଇଜଣ ଛାତ୍ରୀଙ୍କୁ ଜାତିଆଣ ମନୋଭାବ ରଖି ନାନା ପ୍ରକାର ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏ ସଂପର୍କରେ ଦୁଇ ଛାତ୍ରୀଙ୍କ ଅଭିଭାବକ ଓ କେତେକ ଗ୍ରାମବାସୀ ସଂପୃକ୍ତ ଶିକ୍ଷୟିତ୍ରୀଙ୍କୁ ପଚାରିବାରେ ଶିକ୍ଷୟିତ୍ରୀ ଜଣକ ଆହୁରି ଅଧିକ ଉତ୍କ୍ଷି ପ୍ତ ହୋଇଥିଲେ। ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଓ ବ୍ଲକ୍ ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତାର କିଛିଦିନ ପରେ ଏହି ଘଟଣା ସଂପର୍କରେ ଦୁଇ ଅଭିଭାବକ ଧାମନଗର ଥାନାରେ ମଧ୍ୟ ସଂପୃକ୍ତା ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଏକ ଲିଖିତ ଅଭିେଯାଗ କରିଥିଲେ। କିନ୍ତୁ ୭/୮ଦିନ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଆଜି ଜିଲାପାଳଙ୍କ ନିକଟକୁ ଆସିଛନ୍ତି ବୋଲି ଦୁଇ ଅଭିଭାବକ କହିଥିଲେ। ଏଭଳି ଘଟଣାରେ ଛାତ୍ରଛାତ୍ରୀମାନେ ଆଉ ସ୍କୁଲକୁ ଯିବେନାହିଁ ବୋଲି ରାଜି ହେଉନାହାଁନ୍ତି । ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଅଭିଭାବକ ଓ କେତେକ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *