ପେନସନ୍ ଓ ମହଙ୍ଗାଭତ୍ତା ବୃଦ୍ଧି ଦାବିରେ ସାଂସଦଙ୍କୁ ଦାବୀପତ୍ର 

Spread the love

ଭଦ୍ରକ : କର୍ମଚାରୀ ଭବିଷ୍ୟନିଧି ସଂଗଠନ ଭଦ୍ରକ ଶାଖା ପକ୍ଷରୁ ଆଜି ଭଦ୍ରକ ସାଂସଦଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି । ମାସିକ ୯ହଜାର ଟଙ୍କା ସର୍ବନିମ୍ନ ପେନସନ୍ ସହିତ ମହଙ୍ଗାଭତ୍ତା ପ୍ରଦାନ ଏବଂ ସରକାରୀ ସ୍ୱାସ୍ଥ୍ୟବିମା ଦାବୀରେ ସାଂସଦ ମଞ୍ଜୁଲତା ମଣ୍ଡଳକୁ ସଂଘ ଭେଟି ଦୃଢ ଦାବୀ ଉପସ୍ଥାପନ କରିଛି । ସଂଘର ସଭାପତି କୁଞ୍ଜବିହାରୀ ନାୟକ,ସମ୍ପାଦକ ଜଗତାନନ୍ଦ ମହାନ୍ତି, ଉପ-ସଭାପତି ମୃତ୍ୟୁଞ୍ଜୟ ମହାପାତ୍ର, ରାମଚନ୍ଦ୍ର ପଣ୍ଡା, ଆନନ୍ଦ ଚନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ ରବିନାରାୟଣ ମହାନ୍ତି, ହୃଷିକେଶ ବାରିକ, କହ୍ନେଇ ଚରଣ ଗିରି ପ୍ରମୁଖ ଏହି ଦାବୀପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ । ସାଂସଦ ବରିଷ୍ଠ ମାନଙ୍କ ଦାବୀକୁ ଯଥା ସମ୍ମାନ ଦେବେ ବୋଲି କହିଥିବା ବେଳେ ଅର୍ଥ ଓ ଶ୍ରମ ବିଭାଗ କେନ୍ଦ୍ର ସରକାରଙ୍କ ଅଧିନରେ ରହିଛି, ଆସନ୍ତା ଅଧିବେଶନରେ ଏହାକୁ ସଂସଦରେ ଉଠାଇ ବିଭାଗୀୟ ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରିବେ ।

Leave a Reply

Your email address will not be published. Required fields are marked *