ରାନ୍ଦିଆ ପଞ୍ଚା।ୟତରେ ଖାଉଟିଙ୍କ ୪ ମାସର ଚାଉଳ ହଡପ, ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ଭଦ୍ରକ : ଦାରିଦ୍ର୍ୟତା ସୀମାରେଖା ତଳେ ଥିବା ଲୋକଙ୍କ ପାଇଁ ରାଜ୍ୟ ଠାରୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ରାସନ କାର୍ଡ ମାଧ୍ୟମରେ ଚାଉଳ ଯୋଗାଇ ଆସୁଛନ୍ତି । କିନ୍ତୁ ଭଦ୍ରକରେ ଏହାର ବାଟମାରଣା ହେଉଥିବା ନେଇ ଭଦ୍ରକ ବ୍ଲକ୍ ରାନ୍ଦିଆ ପ ।ୟତର ବହୁ ହିତାଧିକାରୀ ଜିଲାପାଳଙ୍କ ଦ୍ୱାରସ୍ଥ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏହି ପ ।ୟତର ଶତାଧିକ ଖାଉଟି ସେମାନଙ୍କର ୪ ମାସର ରେସନ ଚାଉଳ ହଡପ ଘଟଣାକୁ ନେଇ ଗତକାଲି ଗ୍ରାମା ଳ ଥାନାରେ ଅଭିଯୋଗ କରିଥିଲେ । ଏବଂ ଏହି ହଡପକାରୀ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ତେବେ ଆଜି ସେମାନେ ଜିଲାପାଳ ସିଦ୍ଦେଶ୍ୱର ବଳିରାମ ବୋନ୍ଦରଙ୍କ ପାଖରେ ଅଭିଯୋଗ କରିବା ପରେ ଜିଲା ଯୋଗାଣ ଅଧିକାରୀଙ୍କ ନିକଟରେ ପହ ô ସମସ୍ତ ବିଷୟ ଅବଗତ ହେବା ପରେ ତଦନ୍ତ କରି ଜିଲାପାଳଙ୍କୁ ତଦନ୍ତ ରିପୋର୍ଟ ଦେବେ ବୋଲି ଜଣାପଡିଛି । ତେବେ ଜିଲାପାଳଙ୍କର ଏହି ତଦନ୍ତ ନିର୍ଦ୍ଦେଶ ପରେ ସ୍ଥାନୀୟ ଅଂଚଳର କେତେକ କୁଜିନେତା ହିତାଧିକାରୀଙ୍କୁ ଧମକ ଦେବାରୁ ସେମାନେ ଗ୍ରାମା ଳ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *