ଚୋରାବାଲି ଉଠାଣ ଉପରେ ତହସିଲଦାରଙ୍କ ଚଢାଉ, ୯୬ ହଜାର ଜରିମାନା ଆଦାୟ

Spread the love

ଭଦ୍ରକ : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ମୁଢାପଦା ଓ ମଣିନାଥପୁର ଚୋରା ବାଲି ଉଠାଣ ଉପରେ ତହସିଲଦାର ସରୋଜକାନ୍ତ ନାୟକ ଆଜି ଚଢାଉ କରିଥିବା ଜଣାଯାଇଛି । ବୈତରଣୀ ନଦୀର ମୁଢାପଦା ଗ୍ରାମରୁ ଚୋରା ବାଲି ଉଠାଣ କରୁଥିବା ଏକ ଜେସିବି ମେସିନକୁ ତହସିଲଦାର ଜବତ କରିଥିଲେ । ଉକ୍ତ ଜେସିବି ଠାରୁ ୫୫ହଜାର ୬ଶହ ଟଙ୍କା ଜରିମାନା ଆଦାୟ ହୋଇଥିଲା । ସେହିପରି ମଣିନାଥପୁର ବୈତରଣୀ ନଦୀ ଶଯ୍ୟାରେ ମାଫିଆମାନେ ଠୁଳ କରି ରଖିଥିବା ବାଲିକୁ ତହସିଲଦାର ଜବତ କରିଥିଲେ । ଏହାକୁ ଜନୈକ ଗ୍ରାମବାସୀ ୪୧ହଜାର ୧୩୮ଟଙ୍କାରେ ନିଲାମ ଧରିଥିଲେ । ନିଲାମ ହୋଇଥିବା ବାଲି ପରିବହନ ପାଇଁ ତହସିଲ ପକ୍ଷରୁ ଯୋଗାଇ ଦେବାକୁ ଥିବା ଚାଲାଣ ଫର୍ମ ମାଫିଆମାନଙ୍କ ପାଇଁ ବେଶ ଉପଯୋଗୀ ହେବ ବୋଲି ଜଣାଯାଇଛି । ପୁଲିସ ସୁରକ୍ଷା ସହ ହୋଇଥିବା ଏହି ଚଢାଉରେ ବିରୋଳି ରାଜସ୍ୱ ନିରୀକ୍ଷକ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *