ଜାତୀୟସ୍ତର ଦୌଡ଼ ପ୍ରତିେଯାଗିତାରେ ଭଦ୍ରକର ଗୌରବ, ଚାନ୍ଦବାଲିର ୩ ଧାବକଙ୍କୁ ଅଭିନନ୍ଦନ ଜଣାଇଲେ ଜିଲ୍ଲାପାଳ

Spread the love

ଭଦ୍ରକ : ମଧ୍ୟ ପ୍ରଦେଶର ଗ୍ବାଲିୟର ଠାରେ ଆୟୋଜିତ ଜାତୀୟସ୍ତରର ଦୌଡ଼ ପ୍ରତିେଯାଗିତାରେ ଅଂଶ ଗ୍ରହଣ କରି ଭଦ୍ରକ ଜିଲ୍ଲାର ୩ ଖେଳାଳୀ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଆଜି ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏହି ୩ ଧାବକଙ୍କୁ ସେମାନଙ୍କ ସଫଳତାର ପ୍ରଶଂସା କରି ଉତ୍ସାହିତ କରିବା ସହିତ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଅଭିନନ୍ଦନ ଜଣାଇଥିଲେ । ସୂଚନାଯୋଗ୍ୟକି ସ୍ପୋର୍ଟସ୍ ଡ଼େଭେଲପ୍ମେ ଆଣ୍ଡ ପ୍ରମୋସନ ଫେଡ଼େରେସନ୍ ଅଫ୍ ଇଣ୍ଡିଆ ଆନୁକୂଲ୍ୟରେ ୫ମ ଥର ପାଇଁ ଆୟୋଜିତ ଏହି ପ୍ରତିଯୋଗିତାରେ ଏହି ଖେଳାଳୀମାନେ ଭାଗ ନେଇଥିଲେ । ଚାନ୍ଦବାଲିର ମାଧପୁର ର ସଂଗ୍ରାମ ଦାସ ୨୦୦ ମିଟର ଦୌଡ଼ରେ ପ୍ରଥମ, ପୀରହାଟର ହରିଶଙ୍କର ପାଣିଗ୍ରାହୀ ୪୦୦ ମିଟର ଦୌଡ଼ରେ ପ୍ରଥମ ଏବଂ ମହୁଲିଆର ସ୍ବୟମ୍ ପ୍ରକାଶ ସାହୁ ୧୫୦୦ ମିଟର ଦୌଡ଼ରେ ଦ୍ବିତୀୟ ସ୍ଥାନ ହାସଲ କରି ପଦକ ଅର୍ଜନ କରିଥିଲେ । ପ୍ରକାଶ ଥାଉକି ଏହି ତିନି ଖେଳାଳୀ ଗରିବ ପରିବାରର ହୋଇଥିବାରୁ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଯାତାୟତ ବାବଦ ଜିଲ୍ଲା ପ୍ରଶାସନ ତରଫରୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଜିଲ୍ଲାପାଳ ଜଣ ପ୍ରତି ୧୦ ହଜାର ଟଙ୍କା ଲେଖାଁଏ ମଞ୍ଜୁର କରିଥିଲେ।

Leave a Reply

Your email address will not be published. Required fields are marked *