ପଞ୍ଚାୟତ ସମିତିର ସମିତିସଭ୍ୟମାନଙ୍କ ଅଧିକାରକୁ କ୍ଷୁଣ୍ଣ କରିବାକୁ ଦିଆଯିବ ନାହିଁ, ନ୍ୟାର୍ଯ୍ୟ ଅଧିକାରରୁ ବଞ୍ଚିତ ସମିତିସଭ୍ୟ ଦେଲେ ବିଡିଓଙ୍କୁ ଦାବିପତ୍ର

Spread the love

ଭଦ୍ରକ : ଭଦ୍ରକ ଜିଲା ତିହିଡ଼ି ବ୍ଲକର ନିର୍ବାଚିତ ସମିତିସଭ୍ୟମାନେ ସେମାନଙ୍କ ଅଧିକାରକୁ କ୍ଷୁଣ୍ଣ କରିବାକୁ ଦିଆଯିନାହିଁ । ସେମାନଙ୍କର ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ କରାଯାଉଛି । ପଞ୍ଚାୟତ ସମିତି ବୈଠକରେ ସମିତିସଭ୍ୟ ମାନଙ୍କୁ ଯଥୋଚିତ ସମ୍ମାନ ଦିଆଯାଉନାହିଁ । ଯେଉଁଥିପାଇଁ ବ୍ଲକର କେତେକ ସମିତିସଭ୍ୟ ସେମାନଙ୍କ ଅଧିକାରରୁ ବଞ୍ଚିତ କରାନଯିବା ନେଇ ସୋମବାର ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ବ୍ଲକର ଅଧ୍ୟକ୍ଷା ଅବନ୍ତୀ ଦାସ, ଉପାଧ୍ୟକ୍ଷା ଶୁଭଦ୍ରା ଶତପଥି, ବରିଷ୍ଠ ସମିତିସଭ୍ୟ ଚିନ୍ତାମଣି ଦାସ, ଜୀବନଜ୍ୟୋତି ପଲାଇ, ପ୍ରିୟବନ୍ଧୁ ମାଝୀ, ଜୟପ୍ରକାଶ ମଲ୍ଲିକ, ସଂଘମିତ୍ରା ମୋହିନୀ, ଦାମୋଦର ଧଳ, କୈଳାସ ମାଝୀ, ମାମିନା ମଲିକ, ସସ୍ମିତା ବେହେରା, ମଧୁସ୍ମିତା ରାଉତ, ମଧୁସ୍ମିତା ନାୟକ, ଭକ୍ତହରି ମଳିକ, ପୁଷ୍ପାଞ୍ଜଳି ବେହେରା, ନକୁଳ ଚନ୍ଦ୍ର ବାରିକ, ତିଳୋତ୍ତମା ବେହେରା, ବିଷ୍ଣୁପ୍ରିୟା ପତି, ଧର୍ମାନନ୍ଦ ବେହେରା, ସମିତିସଭ୍ୟ ପ୍ରତିନିଧି ସୂର୍ଯ୍ୟନାରାୟଣ ଭୋଇ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ । ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥା ଅନୁଯାୟୀ ଜିଲା ଗ୍ରାମ ଉନ୍ନୟନ ସଂସ୍ଥାର ପଞ୍ଚାୟତ ସମିତି ଓ ଗ୍ରାମପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନେ ନିଜ ନିଜ କ୍ଷମତା ଅନୁଯାୟୀ ସମାଜ ମଙ୍ଗଳ ସେବାରେ ନିୟୋଜିତ ହେବା କଥା । ମାତ୍ର ପଞ୍ଚାୟତ ସମିତି ଗୃହରେ ସମସ୍ତ ନିମନ୍ତ୍ରିତ ସଭ୍ୟମାନେ ସେମାନଙ୍କର କାର୍ଯ୍ୟବିଧିରେ କାର୍ଯ୍ୟ କରୁଥିବା ବେଳେ ପଞ୍ଚାୟତ ସମିତି ଗୃହରେ ସରପଞ୍ଚମାନେ ସେମାନେ ନିଜର ବ୍ୟବସ୍ଥାକୁ ଅତିକ୍ରମଣ ପୂର୍ବକ ସମିତିର ସ୍ଥାୟୀ ସଭ୍ୟସଭ୍ୟାମାନଙ୍କୁ ନ୍ୟାଯ୍ୟ ଅଧିକାରରୁ ବଂଚିତ କରୁଛନ୍ତି । ତେବେ ପଞ୍ଚାୟତ ସମିତିର ଅଧ୍ୟକ୍ଷା, ଉପଧ୍ୟକ୍ଷା ଓ ସଭ୍ୟସଭ୍ୟାମାନଙ୍କର ସରକାରୀ ବ୍ୟବସ୍ଥା ଅନୁଯାଇ କାର୍ଯ୍ୟ କରିବାର ସମୁଚିତ ପରିବେଶ ସୃଷ୍ଟି କରିବା, ପଞ୍ଚାୟତ ସମିତିର ଉନ୍ନୟନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ଆର୍ଥିକ ଅନୁଦାନକୁ ସମିତିର ସଭ୍ୟ ସଭ୍ୟାମାନେ ନିରଙ୍କୁଶ ଉପଯୋଗ କରାଇବା ନିମନ୍ତେ ସୁଯୋଗ ସୃଷ୍ଟି କରିବା, ସମିତିର ସାମଗ୍ରିକ ବିକାଶରେ ସମିତିସଭ୍ୟ ଓ ସଭ୍ୟାମାନଙ୍କୁ ନ୍ୟାୟୋଚିତ ସମ୍ମାନ ପ୍ରଦର୍ଶନ କରିବା, ସମିତି କାର୍ଯ୍ୟାଳୟ ପରିସର ମଧ୍ୟରେ ସଭ୍ୟ ସଭ୍ୟାମାନଙ୍କୁ ସ୍ୱାଧୀନ ଭାବେ କାର୍ଯ୍ୟ କରିବା ପାଇଁ ପରିବେଶ ସୃଷ୍ଟି କରିବା, ସମିତିର କର୍ମଚାରୀମାନେ ସମିତିସଭ୍ୟା, ସଭ୍ୟମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା, ସମିତିର ଉନ୍ନୟନ କାର୍ଯ୍ୟକୁ ସରପଞ୍ଚମାନେ ନିଜ କ୍ଷମତାକୁ ଅତିକ୍ରମଣ କରି ମାତ୍ରାଧିକ ହସ୍ତକ୍ଷେପକୁ ସଂପୂର୍ଣ୍ଣ ପ୍ରତିହତ କରିବା, ସରପଞ୍ଚମାନେ ସମିତି କାର୍ଯ୍ୟାଳୟକୁ ନିଜ ପଞ୍ଚାୟତ କାର୍ଯ୍ୟାଳୟ ଭାବରେ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରିବା ଇତ୍ୟାଦି ୭ଦଫା ସମ୍ବଳିତ ଏକ ଦାବିପତ୍ର ବିଡିଓଙ୍କୁ ସମିତିସଭ୍ୟ ଓ ସଭ୍ୟାମାନେ ପ୍ରଦାନ କରିଥିଲେ । ଦାବିପତ୍ର ପାଇବା ପରେ ବିଡିଓ ଜ୍ୟୋତିର୍ମୟ କର ଦାବି ଗୁଡ଼ିକ ଉପରେ ଧ୍ୟାନ ଦେବା ସହ ଖୁବ୍ ଶିଘ୍ର ସରପଞ୍ଚ ଓ ସମିତିସଭ୍ୟମାନଙ୍କୁ ଡକାଇ ଏକ ବୈଠକ କରି ପଦକ୍ଷେପ ନେବେ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *