ତିହିଡ଼ି ବ୍ଲକ ରିଟେଲର ସଂଘ ର କାର୍ଯ୍ୟକାରିଣୀ ବୈଠକ

Spread the love

ଭଦ୍ରକ : ଭଦ୍ରକ ଜିଲା ତିହିଡ଼ି ବ୍ଲକ ରିଟେଲର ସଂଘ ପକ୍ଷରୁ ମନ୍ଦୋଦରୀ କଲ୍ୟାଣ ମଣ୍ଡପ ରେ ତିହିଡି ବ୍ଲକ ସଭାପତି ରବିନ୍ଦ୍ର ମହାକୁଳଙ୍କ ପୌରାହିତ୍ୟ ରେ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସଭାପତି ଜଗବନ୍ଧୁ ଲେଙ୍କା, ଭଦ୍ରକ ବ୍ଲକ ସଭାପତି ଶଶିକାନ୍ତ ଗିରି, ଭଦ୍ରକ ମୁନିସ୍ପାଲଟି ସଭାପତି ସେକ ଅଜଗର, ତିହିଡ଼ି ବ୍ଲକ ସଂଘ ସମ୍ପାଦକ କୈଳାସ ବେହେରା, ଜିତେନ୍ଦ୍ର ବେହେରା, ଶରତ ଚନ୍ଦ୍ର କବି, ବିଜୟ ବ୍ରହ୍ମ ପ୍ରମୁଖ ମଞ୍ଚାସୀନ ରହି ରିଟେଲରଙ୍କ ସମସ୍ୟା ଦିଗରେ ଆଲୋଚନା କରିଥିଲେ । କରୋନା ସମୟରୁ ବଣ୍ଟନ କରିଥିବା ସାମଗ୍ରୀ ର ପାରିଶ୍ରମିକ ଅର୍ଥ ସଠିକ ରୂପରେ ମିଳୁନି ଏବଂ ଚଳିତ ବର୍ଷ ବିନା ମୂଲ୍ୟ ରେ ବଣ୍ଟନ ଅର୍ଥ ବି ମୁଳୁନି ଏକକାଳୀନ ଶତ ପ୍ରତିଶତ ଚାଉଳ ମିଳିବାକୁ ଦାବି ହୋଇଥିଲା । ବୈଠକରେ ଆସନ୍ତା ମାସ ଭଦ୍ରକରେ ଜିଲ୍ଲା ସ୍ତରୀୟ ରିଟେଲର ସମ୍ମିଳନୀ ହେବାକୁ ନିଷ୍ପତି ହୋଇଥିଲା । ଏହି ସମ୍ବିଳନୀରେ ରାଜ୍ୟ ସଭାପତି ଏବଂ କେନ୍ଦ୍ରୀୟ ସଭାପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ରିଟେଲରଙ୍କ ସମସ୍ୟା ଓ ସଚେତନା ଉପରେ ସମସ୍ତେ ମତରଖିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ଓଝା, ବିଦ୍ୟାଧର ପଣ୍ଡା, ଗୋବର୍ଦ୍ଧନ ବିଶ୍ୱାଳ, ସତ୍ୟାନନ୍ଦ ଧଳ, ପଞ୍ଚନନ ମିଶ୍ର, ବିଶ୍ୱନାଥ ପୃଷ୍ଟି, ବ୍ରହ୍ମାନନ୍ଦ ମହାପାତ୍ର ଲକ୍ଷ୍ମୀକାନ୍ତ ସେନାପତି, ଅନାମ କୁଅଁର, ବାଇଧର ପରିଡା, ଚକ୍ରଧର ଲେଙ୍କା, କୈଳାସ ରାଉତ, ସୀତାକାନ୍ତ ନାୟକ, ରଙ୍ଗାଧର ଦାସ, ଅନନ୍ତ ପ୍ରସାଦ ସାହୁ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ବାସ୍ତବ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *