କାଳବୈଶାଖୀରେ ଉପୁଡିଲା ଗଛ ଓ ଇଲେକ୍ଝ୍ରି ପୋଲ

Spread the love

ଭଦ୍ରକ : ଗତକାଲି ଭଦ୍ରକରେ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍ ସମୟରେ କାଳବୈଶାଳୀ ଜନିତ ବର୍ଷା, ଘଡଘଡି ଓ ତୀବ୍ର ବେଗରେ ପବନ ବହିଥିଲା। ଘଣ୍ଟାଏ କାଳ ବର୍ଷା ସାଙ୍ଗକୁ ଘଡଘଡି ଓ ଖୁବ୍ଜୋରରେ ପବନ ମଧ୍ୟ ହୋଇଥିଲା। ଏହାର ପ୍ରଭାବ ଭଦ୍ରକର ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବଡ ବଡ ଗଛ ଉପୁଡି ପଡିବା ସହ ଇଲେକ୍ଝ୍ରି ପୋଲ ମଧ୍ୟ ଉପୁଡି ପଡିଥିଲା। ଏବଂ ରାସ୍ତା ଉପରେ ପଡିଯିବା ଫଳରେ ଗାଡି ଚଳାଚଳ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। ଏବଂ କିଛି ସ୍ଥାନରେ ଇଲେକ୍ଝ୍ରି ପୋଲମାନ ଉପୁଡିଯାଇ ତଳେ ପଡିଥିବାବେଳେ ଇଲେକ୍ଝ୍ରି ତାର ଗୁଡିକ ଏଣେତେଣେ ହୋଇ ଝୁଲି ପଡିଥିବାର ଦେଖାଯାଇଥିଲା। ଏହି କାଳବୈଶାଖୀ ପ୍ରଭାବରେ ବଡ ଗଛ ଓ ବିଦୁ୍ୟତ୍ ଖୁଣ୍ଟ ଦୋକାନ ଘର ଓ ଗାଡିମୋଟର ଉପରେ ପଡିବା ଫଳରେ ବହୁ ଘର ଓ ଦୋକାନ ସାମଗ୍ରୀ ନଷ୍ଟ ହୋଇଯାଇଥିଲା। ଏମିତିକି ଗ୍ରାମାଞ୍ଚଳରେ ହୋଇଥିବା କୁକୁଡା ଫାର୍ମ ମଧ୍ୟ ସଂପୂର୍ଣ୍ଣ ପବନରେ ନଷ୍ଟଭ୍ରଷ୍ଟ ହୋଇଯାଇଛି। ଯାହାଫଳରେ ଭଦ୍ରକରେ ଅପରାହ୍ନ ୩ ଘଟିକାରୁ ରାତି ୮ ଘଟିକା ପର୍ଯ୍ୟନ୍ତ ବିଦୁ୍ୟତ୍ ସରବରାହ ବନ୍ଦ ରହିଥିଲା।

Leave a Reply

Your email address will not be published. Required fields are marked *