ବିଶ୍ୱ ପରିବେଶ ଦିବସ ପାଳିତ

Spread the love

ଭଦ୍ରକ : ଜିଲ୍ଲା ଆଇନ୍ସେବା ପ୍ରାଧିକରଣ, ଭଦ୍ରକ ପକ୍ଷରୁ କୃଷ୍ଣ ଚରଣ ବିଦ୍ୟା ମନ୍ଦିର ବିଦ୍ୟାଳୟ, ଆଗରପଡ଼ା ଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଅଛି । ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍, ଶ୍ରୀ ଆଶିଷ କୁମାର ତ୍ରିପାଠୀ ଏହି ବିଶ୍ୱ ପରିବେଶ ଦିବସ ସଂକ୍ରାନ୍ତିୟ ସଚେତନତା କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚ୍ଚିବ, ଶ୍ରୀମତୀ ନେହା ଅଗ୍ରୱାଲ ଏହି ସଚେତନତା କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ । ଏହି ସଚେତନତା ଶିବିରରେ ପ୍ରଥମେ ବୃକ୍ଷରୋପଣ କରାଯାଇ ବୃକ୍ଷର ମାହାତ୍ମ୍ୟ ବିଷୟରେ ଆଲୋକପାତ କରାଯାଇଥିଲା । ଏହାପରେ ସଚେତନତା କାର୍ଯ୍ୟକ୍ରମ ଜରିଆରେ ପରିବେଶ ପ୍ରଦୂଷଣ, ପ୍ରତିକାର ସମ୍ବନ୍ଧୀୟ ଆଲୋଚନା କରାଯାଇଥିଲା । ଜଙ୍ଗଲକୁ ସୁରକ୍ଷିତ ରଖିବା, ବହୁଳ ପରିମାଣରେ ବୃକ୍ଷରୋପଣ କରିବା ତଥା ବନ୍ୟଜନ୍ତୁମାନଙ୍କୁ ସୁରକ୍ଷିତ ଏବଂ ନିରାପଦରେ ରଖିବା ଏହି ସଚେତନତା କାର୍ଯ୍ୟକ୍ରମ ଜରିଆରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସିଭିଲ୍ ଜଜ୍ (ଅନ୍ ପ୍ରୋଜେସନ୍) ଇପସିତା ଭୋଇ, ଶ୍ରୀ ନିରାକାର ଜେନା, ସଭାପତି, ଭଦ୍ରକ ବାର୍ ଆସୋସିଏସନ୍, ଭଦ୍ରକ, ଶ୍ରୀ ଦିବ୍ୟସିଂ ନାୟକ, ସଂପାଦକ, ଭଦ୍ରକ ବାର୍ ଆସୋସିଏସନ୍, ଭଦ୍ରକ, ଜିଲ୍ଲା ବନ୍ୟ ଅଧିକାରୀ, ଶ୍ରୀ ଅଧିର କୁମାର ବେହେରା, ଶ୍ରୀ ଅଶୋକ କୁମାର ମହାନ୍ତି, କାର୍ଯ୍ୟକାରୀ ସଭାପତି, ଜିଲ୍ଲା ସାଳନ୍ଦୀ ବିକାଶ ମଞ୍ଚ, ଭଦ୍ରକ, ଶ୍ରୀ ସୁରେନ୍ଦ୍ର କର, ଟ୍ରିଫେମିଲି ତଥା ଓକିଲ ଏବଂ ପରିଶେଷରେ ଶ୍ରୀ ପ୍ରଫୁଲ କୁମାର ସିଂ, ସଂପାଦକ, ସାଳନ୍ଦୀ ବିକାଶ ମଞ୍ଚ ଶାଖା, ଆଗରପଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *