Bhadrak

ସଡକ ଦୁର୍ଘଟଣାରେ ଯୁବକ ମୃତ

ଭଦ୍ରକ : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ କହରାପୋଖରୀ ଶାସନ ଗ୍ରାମର ୨୬ ବର୍ଷୀୟ ଯୁବକ ସରୋଜ ପଣ୍ଡା ଆଜି ଅପରାହ୍ନରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣାଯାଇଛି । ୧୬ ନଂ ଜାତୀୟ ରାଜପଥର ହୋଟେଲ କିଙ୍ଗ ସମ୍ମୁଖରେ ସରୋଜ ଘରକୁ ଯାଉଥିବା ବେଳେ ପଛରୁଏକ ହାଇୱା ଧକ୍କା ଦେଇଥିଲା । ନିକଟରେ ଥିବା ଗ୍ରାମବାସୀମାନେ ହାଇୱାକୁ ଅଟକାଇବା ସହ ଗୁରୁତର ଆହତ ସରୋଜକୁ ପ୍ରଥମେ ଭଣ୍ଡାରିପୋଖରୀ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭଦ୍ରକ ପଠାଇ ଦିଆଯାଇଥିଲା । ମାତ୍ର ଭଦ୍ରକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଥାନାରେ ମାମଲା ଋଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଉଥିବା ଜଣାଯାଇଛି । ହାଇୱାକୁ ପୁଲିସ ଜବତ କରିଛି । ଘଟଣାକୁ ନେଇ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ମୃତ ଯୁବକ ସରୋଜ ବି.ଟେକ. ଛାତ୍ର ଥିôବା ଜଣାଯାଇଛି । 

Related Articles

Leave a Reply

Your email address will not be published.

Back to top button