ଭୁବନେଶ୍ୱର

୪୦୦ ଗ୍ରାମ ବ୍ରାଉନସୁର ଜବତ

ଭୁବନେଶ୍ୱର: ଅପରେସନ ହ୍ଵାଇଟ ସ୍ପାଇଡରର ପୁଣି ଏକ ବଡ ସଫଳତା। ୪୦୦ ଗ୍ରାମର ବ୍ରାଉନସୁର ଜବତ ସହ ଗୋଟିଏ ସ୍କୁଟି, ୨ଟି ମୋବାଇଲ ଜବତ କରିଛି ପୋଲିସ। ଘଟଣାରେ ସମ୍ପୃକ୍ତ ଥିବା ୩ ଅଭିଯୁକ୍ତ ଗିରଫ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ 40 ଲକ୍ଷଟଙ୍କା ହେବ ବୋଲି ସୂଚନା ମିଳିଛି। ତେବେ ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ଅଞ୍ଚଳର ଶେଖ ମୁନା, ଅଫତାର ହୁସେନ, ଇସମାଇଲ ଖାନ ବୋଲି ଜଣାପଡିଛି। ଏନେଇ ଅଧିକ ତଦନ୍ତ ଜାରି ରଖିଛି କମିସନରେଟ ପୋଲିସ।

Related Articles

Leave a Reply

Your email address will not be published.

Back to top button