ଭୁବନଶ୍ୱର: ସାଂସଦ ଅପରାଜିତା ସରଙ୍ଗୀଙ୍କ ସାମ୍ବାଦିକ ସମ୍ବିଳନୀ। ଅପରାଜିତାଙ୍କ ମେଟ୍ରୋ ଦାବି। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ଭୁବନେଶ୍ୱର, କଟକ ଓ ଆଖପାଖ ମ୍ୟୁନ୍ସିପାଲଟି ପାଇଁ ମେଟ୍ରୋ ଚଳାଚଳ ହେବା କଥା ଏଠି ମାସ ରାପିଟ ଟ୍ରାଞ୍ଜିଟ ସିଷ୍ଟମ ନାହିଁ। ମେଟ୍ରୋ ରେଲ ପଲିସି ୨୦୧୭ କୁ ସମୀକ୍ଷା କରିଛି। ବର୍ତ୍ତମାନ ସମୟ ଆସିଯାଇଛି ଦୁରର୍ଦର୍ଷିତା ସହିତ ଭୁବନେଶ୍ୱର କଟକ ପାଇଁ ମେଟ୍ରୋ ଆଣିବାକୁ ପଡିବ। ଯେଉଁ ସହରରେ 20ଲକ୍ଷ୍ୟ ଲୋକ ସଂଖ୍ୟା ଅଛି ଆମେ ମେଟ୍ରୋ ପାଇଁ ପ୍ଲାନ କରିପାରିବା ଏଥିପାଇଁ ଆବଶ୍ୟକ ହେଲେ ଖୋର୍ଦ୍ଧା କୁ ଯୋଡ଼ିଦେଇ ମେଟ୍ରୋ ପ୍ଲାନ ହେଇପାରିବ ଏଥିପାଇଁ ଗୋଟେ ରିପୋର୍ଟ ତିଆରି କରିବାକୁ ପଡିବ। ସହଯୋଗ କଲେ ଭାରତ ସରକାରଙ୍କ ସହରି ବିକାଶ ମନ୍ତ୍ରାଳୟ ଷ୍ଟଡି କରି ରିପୋର୍ଟ ଦେଇପାରିବ। କମରର୍ସିଆଲ ଅକିଟିଭିଟି ଏହି ସହର ଗୁଡିକରେ ଅଧିକ ବଢିଯାଇଛି। ଆମେ ଭୁବନେଶ୍ୱର ସହ ଖୋର୍ଦ୍ଧା ମୁନ୍ସୀପାଲଟି କୁ ଯୋଡି ମେଟ୍ରୋ ପାଇଁ ପ୍ଲାନ କରିପାରିବା। ଯଦି କୋଲକାତାରେ ମେଟ୍ରୋ ହେଇପାରିବ ତାହେଲେ ଭୁବନେଶ୍ୱରରେ କାହିଁକି ସମ୍ଭବ ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା।
Naxatra News is now on Whatsapp
Join and get latest news update delivered to you via whatsapp
Join Now