ଭୁବନେଶ୍ୱର
ଯବାନଙ୍କ ନାରେ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର : ଯବାନଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ। ବିବାହ ପ୍ରତିଶୃତି ଦେଇ ଯବାନ ଜଣଙ୍କ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ଗତକାଲି ଝଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ପୀଡିତା l ପୀଡିତା ଜଣକ ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳର ହୋଇଥିବା ବେଳେ ଡୁମୁଡୁମାରେ ରହୁଥିଲେ। ଗତ ୨୦୧୫ ମସିହାରେ ଯବାନ ପବିତ୍ର ରେଡ୍ଡୀଙ୍କ ସହିତ ତାଙ୍କର ଦେଖା ହୋଇଥିଲା l ପରେ ବିବାହ କରିବାକୁ କହି ଶାରୀରିକ ସମ୍ପର୍କ ରଖିଥିଲେ । ହେଲେ ପୀଡିତା ପରବର୍ତୀ ମୁହୂର୍ତ୍ତରେ ଗର୍ଭବତୀ ହେବାପରେ ବିବାହ କରିବାକୁ ରାଜି ହୋଇନଥିଲେ ପବିତ୍ର l ଏହାପରେ ଭୁବନେଶ୍ୱର ଏସଡ଼ିଏନଏମ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ପୀଡିତା । ସେପଟେ କୋର୍ଟଙ୍କ ଆଦେଶ ଅନୁସାରେ ଖଣ୍ଡଗିରି ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ପବିତ୍ର ଫେରାରଥିବା ଜଣାପଡିଛି।