Malkangiri

ପୋଖରୀରେ ବୁଡି ଚାଷୀଙ୍କ ମୃତ୍ୟୁ

ମାଲକାନଗିରି : ପାଣିରେ ବୁଡ଼ି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି । ଏପରି ଘଟଣା ଦେଖିବାକୁ ମିଳିଛି ଏମଭି -୭୯ ଥାନା ଅନ୍ତର୍ଗତ ତେଲେରାଇ ପଞ୍ଚାୟତର ପେଦାବାଡା ଗ୍ରାମରେ । ଗତକାଲି ସନ୍ଧ୍ୟାରେ ସେହି ଗ୍ରାମର ରାମା ପଡିଆମୀ ନାମକ ଜଣେ ଚାଷୀ ନିଜ ଜମିରେ କାମ କରୁଥିଲେ । ଜମିରେ ଅନ୍ୟ ଚାଷୀମାନଙ୍କ ସହ ସେ ବି ଧାନତଳି ରୁଆ କାମ କରୁଥିଲେ । ରାମା ଧାନ ତଳି ନେଇ ନିକଟରେ ଥିବା ପୋଖରୀକୁ ଧୋଇବାକୁ ନେଇଥଲେ ହେଲେ, ଦୀର୍ଘ ସମୟ ପର୍ଯ୍ୟନ୍ତ ରାମା ନଫେରିବାରୁ ଜମିରେ କାମ କରୁଥିବା ଅନ୍ୟମାନେ ପୋଖରୀ ନିକଟକୁ ଯାଇଥିଲେ । ହେଲେ ସେହି ପୋଖରୀରେ ରାମା ମରି ପଡ଼ିଥିବାର ଦେଖିବାକୁ ପାଇଥିଲେ । ଅସାବଧାନତାବଶତଃ ଗୋଡ଼ ଖସିଯିବାରୁ ରାମାଙ୍କର ମୃତ୍ୟୁ ହୋଇଯାଇଥିବାର ଅନୁମାନ କରାଯାଉଛି ।

Related Articles

Leave a Reply

Your email address will not be published.

Back to top button