ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ିବା ଘଟଣା: ବଳରାମ ମହାରଣାଙ୍କୁ ଅଟକ ରଖି ପଚରାଉଚରା

ପୁରୀ ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ିବା ଘଟଣା। ଛତ୍ରପୁର ଅଞ୍ଚଳର ବଳରାମ ମହାରଣାଙ୍କୁ ଅଟକ ରଖି ଶ୍ରୀମନ୍ଦିର ଥାନା ପୋଲିସ ପକ୍ଷରୁ ପଚରାଉଚରା । କାହିଁକି ସେ ଏପରି କଲେ ଏବଂ କଣ ତାଙ୍କର ଉଦ୍ଦେଶ୍ୟ ସେନେଇ ମଧ୍ୟ ଖୋଳତାଳ କରାଯାଉଛି । ଗଞ୍ଜାମ ଜିଲ୍ଲା ଛତ୍ରପୁର ଭାସ୍କରରାଓ ପେଟା ସାହିର ବଳରାମ ମହାରଣା ତାଙ୍କ ଵାସଭଵନରୁ ଗତ ମଙ୍ଗଳବାର ରାତ୍ରିରୁ କୁଆଡେ ଚାଲି ଯାଇଥିଲେ । ଗତକାଲି ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ ବୋଲି ବଳରାମଙ୍କ ସ୍ତ୍ରୀ ସୁକାନ୍ତି ମହାରଣା କହିଛନ୍ତି । ବଳରାମଙ୍କ ମାନସିକ ବିକୃତି ରହିଛି । ଗତ ୧୦ ବର୍ଷ ଧରି ସେ ବ୍ରହ୍ମପୁର ଏକ ମେଡ଼ିକାଲରେ ଚିକିତ୍ସା ହେଉଥିଲେ । ଗତକାଲି ବଳରାମ ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ିବା ପରେ ସେବାୟତମାନେ ବହୁ ପରିଶ୍ରମ କରି ତାଙ୍କୁ ଓହ୍ଲାଇ ଆଣିଲେ । ତେବେ ସୁରକ୍ଷା ବଳୟ ଭାଙ୍ଗି କିପରି ଚଢ଼ିଥିଲେ ତାହା ଅସ୍ପଷ୍ଟ ରହିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *