ହାତ ଧରିଲେ ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟମ

() ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକ ବିଧିବଦ୍ଧ ଭାବେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଛନ୍ତି । ଏଆଇସିସି ସଭାପତି ମଲ୍ଲାକାର୍ଜୁନ ଖଡଗେ, ପିସିସି ସଭାପତି ଶରତ ପଟ୍ଟନାୟକ ଓ ପ୍ରଭାରୀ ଚେଲ୍ଲା କୁମାରଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ରାଜ୍ୟରେ ଦୁର୍ନୀତି ବଢୁଥିବା ବେଳେ ବର୍ତ୍ତମାନ ପରିବର୍ତ୍ତନର ସମୟ ଆସିଛି ବୋଲି ଦଳରେ ଯୋଗ ଦେଲାପରେ ସେ କହିଛନ୍ତି । ଏପଟେ କଂଗ୍ରେସରେ ବିଜୟଙ୍କ ଯୋଗଦାନ ପ୍ରଭାବ ଶୂନ୍ୟ ରହିବ ବୋଲି କହିଛନ୍ତି ଉଭୟ ବିଜେଡି ଓ ବିଜେପି ।

ବ୍ୟୁରୋକ୍ରାଟ ଏବେ ରାଜନୀତି ମୁହାଁ । ନେତାଙ୍କ ବଦଳରେ ବ୍ୟୁରୋକ୍ରାଟଙ୍କ ଭରସାରେ ରାଜନୈତିକ ଦଳ । ହାତ ଧରିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ଶୁକ୍ରବାର ନୂଆଦିଲ୍ଲୀରେ ଏଆଇସିସି ସଭାପତିଙ୍କ ଉପସ୍ଥିତିରେ କଂଗ୍ରେସରେ  ମିଶିଛନ୍ତି । ବିଜୟ ପଟ୍ଟନାୟକ ହେଉଛନ୍ତି ୧୯୭୬ ମସିହାର ଆଇଏଏସ ବ୍ୟାଚର । ୨୦୦୪ରୁ ୨୦୧୦ ଯାଏଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରିନସିପାଲ ସେକ୍ରେଟାରୀ ଭାବରେ କାମ କରିଛନ୍ତି । ସେହିପରି ୨୦୧୦ ସେପ୍ଟେମ୍ୱର ମାସରେ ମୁଖ୍ୟ ଶାସନ ସଚିବ ଭାବରେ ଦାୟୀତ୍ୱ ନେଇଥିଲେ ବିଜୟ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ନକ୍ସଲ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କୁ ନୂଆ ଦିଗ ଦେଖାଇବା ବେଶ ସହାୟକ ହୋଇଥିଲେ  । ସେହିପରି ରାଜ୍ୟରେ ବଢୁଥିବା ଦୁର୍ନୀତି ଓ କୁଶାସନ ବିରୋଧରେ ଲଢେଇ କରିବାକୁ କଂଗ୍ରେସରେ ଯୋଗ ଦେଇଥିବା କଥା ସେ କହିଛନ୍ତି । ସେହିପରି ତାଙ୍କ ଯୋଗଦାନ ଆଗାମୀ ଦିନରେ କଂଗ୍ରେସକୁ ନୂଆ ଦିଗ ଦେଖାଇବ ବୋଲି କହିଛନ୍ତି ଦଳୀୟ ନେତା ।

ସେପଟେ କଂଗ୍ରେସରେ ବିଜୟଙ୍କ ଯୋଗଦାନର କୌଣସି ପ୍ରଭାବ ରାଜ୍ୟରେ ପଡିବ ନାହିଁ ବୋଲି କହିଛି ବିଜେଡି। ଏମିତି କି ଶୂନରେ ଶୂନ ମିଶିଲେ ଫଳ କଣ ହେବ କହି କଟାକ୍ଷ କରିଛି ଦଳ । ଏପଟେ ଚାକିରୀ ସମୟର କଳାଧନକୁ ଖର୍ଚ୍ଚ କରିବା ପାଇଁ କଂଗ୍ରେସରେ ବିଜୟ ମିଶିଥିବା କହିଛି ବିଜେପି

ରାଜ୍ୟରେ ୨୩ ବର୍ଷ ଧରି ରାଜନୀତିରୁ ଦୂରରେ ରହିଛି କଂଗ୍ରେସ । ଏହାରି ଭିତରେ ପୂର୍ବତନ ଶାସନ ସଚିବଙ୍କ କଂଗ୍ରେସରେ ଯୋଗଦାନ କେତେ ସହାୟକ ହେଉଛି ଆଗାମୀ ଦିନରେ ଜଣା ପଡିବ ।

ନବ କିଶୋର ସାହୁଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *