ଅଜଣା ଗାଡି ଧକ୍କାରେ ବାଇକ ଚାଲକଙ୍କ ମୃତ୍ୟୁ । ମୃତକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ଗଉଳକେଳା ଗ୍ରାମର ପ୍ରକାଶ ଜଗଦଲା। କସୁରବନ୍ଦ ଗ୍ରାମରେ ବଡ଼ଭାଇ ଓ ଭାଉଜ ରହୁଥିବା ବେଳେ ତାଙ୍କ ନିକଟକୁ ଆସି ଆଜି ସକାଳୁ ନିଜ ଘରକୁ ଫେରୁଥିବା ବେଳେ କୌଣସି ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି I ଘଟଣାସ୍ଥଳରେ ମନମୁଣ୍ଡା ଥାନା ପୋଲିସ ପହଂଚି ସବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି I ସେପଟେ ଗ୍ରାମବାସୀ ଓ ସମ୍ପର୍କୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିବା ବେଳେ ଗ୍ରାମବାସୀ ରାସ୍ତା ରୋକ କରି କ୍ଷତି ପୁରଣ ଦାବି କରିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now