କଟକରେ ବର୍ଜ୍ୟବସ୍ତୁ ପରିଚାଳନାରେ ଆରମ୍ଭ ହେବାକୁ ଯାଉଛି ନୂଆ ଅଧ୍ୟାୟ । ସହରରୁ ବାହାରୁଥିବା ବର୍ଜ୍ୟବସ୍ତୁରୁ ଵାଇଓ ଗ୍ୟାସ ପ୍ରସ୍ତୁତ କରିଵା ପାଇଁ ଅଏଲ ଇଣ୍ଡିଆ କମ୍ପାନୀ କଟକ ମହାନଗର ନିଗମ ସହ ଏକ ଚୁକ୍ତିନାମା ସ୍ବାକ୍ଷର କରିଛି । ନଗର ଉନ୍ନୟନ ମନ୍ତ୍ରୀଙ୍କ ଉପସ୍ଥିତରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ଏହି ଵାଇଓ ଗ୍ୟାସ ଜାଳେଣି ଭାବେ ଵ୍ୟଵହାର କରିବାକୁ ଲୋକଙ୍କୁ ଵିତରଣ କରାଯିଵ । ସହରର ଵର୍ଜ୍ୟଵସ୍ତୁରୁ ତିଆରି ହେଵ ଵାଇଓ ଗ୍ୟାସ । ଏହି ଵାଇଓ ଗ୍ୟାସ ତିଆରି ପାଇଁ କଟକ ମହାନଗର ନିଗମ ଓ ଅଏଲ ଇଣ୍ଡିଆ ଲିମିଟେଡ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ଜଗତପୁରରେ ଅଏଲ ଇଣ୍ଡିଆ ପ୍ରାୟ ୧୦୦କୋଟି ଟଙ୍କା ବ୍ୟୟରେ ଏହି ଵାଇଓ ଗ୍ୟାସ ପ୍ଲାଣ୍ଟ ପ୍ରତିଷ୍ଠା କରିଵ । ଦୈନିକ ଏହି ଵାଇଓ ଗ୍ୟାସ ପ୍ଲାଣ୍ଟରେ ୨ଶହ ଟନ ଆବର୍ଜନା ପ୍ରକ୍ରିୟାକରଣ କରାଯାଇ ସେଥିରୁ ଵାଇଓ ଗ୍ୟାସ ପ୍ରସ୍ତୁତ କରାଯିଵାର ଯୋଜନା ରହିଛି । ଯାହାକି ଆସନ୍ତା ପାଞ୍ଚ ମାସ ଭିତରେ ଏହି ପ୍ଲାଣ୍ଟ ଵାଇଓ ଗ୍ୟାସ ଉତ୍ପାଦନ ପାଇଁ ପ୍ରସ୍ତୁତ ହୋଇଯିଵ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସେହିଭଳି ଵାଇଓ ଗ୍ୟାସ ପ୍ଲାଣ୍ଟରୁ ଯେଉଁ ଗ୍ୟାସ ଵାହାରିଵ, ତାକୁ ସାଧାରଣ ଲୋକେ ଜାଳେଣି ଭାବେ ଵ୍ୟଵହାର ପାଇଁ ଗ୍ୟାସ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡର ଗ୍ୟାସ ପାଇପ ଲାଇନ୍ ଯୋଗେ ଘରକୁ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now