ଓଡ଼ିଶାକ୍ରୀଡ଼ା

ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଉଦ୍‌ଘାଟିତ

ରାଉରକେଲା: ଉଦଘାଟିତ ହୋଇଛି  ସର୍ବବୃହତ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ। ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ବିଶ୍ୱକପକୁ ଆଉ ଅଳ୍ପଦିନ । ହକି ବିଶ୍ୱକପ ପାଇଁ ଓଡିଶା ମୁହାଁ ବିଭିନ୍ନ ଦେଶର ଟିମ। ପ୍ରସ୍ତୁତି  ବି  ଶେଷ ପର୍ଯ୍ୟାୟରେ । ସମସ୍ତଙ୍କ ମନରେ ଉତ୍ସାହ ହକି ବିଶ୍ୱକପ ପାଇଁ ।

ଇତିହାସରେ ଯୋଡ଼ି ହେଲା ଆଉ ଏକ ନାଁ । ଉଦଘାଟିତ ହେଲା  ସର୍ବବୃହତ ହକି ଷ୍ଟାଡିୟମ ,ବିର୍ସା ମୁଣ୍ଡା ହକି ଷ୍ଟାଡିୟମ, ରାଉରକେଲା । ପନ୍ଦର ମାସରେ ଶେଷ ହେଲା ନିର୍ମାଣ କାମ । କୋଡିଏ ହଜାର ରୁ ଉର୍ଦ୍ଧ୍ବ ଦର୍ଶକ ବସିବା କ୍ଷମତା ରହିଛି ଏହି ଷ୍ଟାଡିୟମରେ । ଉଭୟ ଖେଳାଳୀ ଓ ଦର୍ଶକମାନଙ୍କ ପାଇଁ ହୋଇଛି ସର୍ବୋତ୍ତମ ସୁବିଧା । ଯାହାକୁ ଆଜି ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକି ବିଶ୍ୱକପ ରାଉରକେଲାରେ ହେଉଛି ମୁଁ ବହୁତ ଖୁସି ବୋଲି ସମ୍ବୋଧନ କରିଥିଲେ ମୁଖ୍ୟମନ୍ତ୍ରୀ । ସେପଟେ ବିଶ୍ୱକପ ଜିତିଲେ ପ୍ରତ୍ୟକ ଭାରତୀୟ ଟିମର ଖେଳାଳୀଙ୍କୁ ଏକ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେପଟେ ବିଶ୍ୱକପ ପାଇଁ ଦିନ ଯେତେ ପାଖଉଛି, ସମସ୍ତଙ୍କ ମନରେ ଉତ୍ସାହ ସେତିକି ବଢୁଛି । ବିଭିନ୍ନ ଦେଶର ଖେଳାଳୀ ମଧ୍ୟ ଭୁବନେଶ୍ୱରରେ ପହଞ୍ଚି ଅଭ୍ୟାସ ଆରମ୍ଭ କଲେଣି । ପ୍ରଥମେ ଭାରତୀୟ ଟିମ ଆସିଥିବା ବେଳେ ପରେ ପରେ ନେଦରଲ୍ୟାଣ୍ଡ ହକି ଟିମ ଭୁବନେଶ୍ୱରରେ ପହଂଚିଥିଲେ । ଗୁରୁବାର ଚିଲି ହକି ଟିମ ମଧ୍ୟ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଶୁକ୍ରବାର ଦିନ ବେଲଜିୟମ, ଆର୍ଜେଣ୍ଟିନା, ନ୍ୟୁଜଲାଣ୍ଡ, ମାଲେସିଆ, ଲଣ୍ଡନ ଓ ଅଷ୍ଟ୍ରେଲିଆ ଟିମ ଭୁବନେଶ୍ୱରରେ ପହଞ୍ଚିବେ । ଅନ୍ୟପଟେ ବିଶ୍ୱକପ ପାଇଁ ଆଉ ଅଳ୍ପଦିନ ଥିବାରୁ ଆୟୋଜନ ସ୍ଥାନରେ ପହଞ୍ଚି ବିଭିନ୍ନ ଟିମ ଅଭ୍ୟାସ କରୁଛନ୍ତି ।

ପ୍ରଥମ ଥରର  ଆୟୋଜନ ଅପେକ୍ଷା ଦ୍ୱିତୀୟ ଥର ବିଶ୍ୱକପ ଆୟୋଜନ ବେଶ ଉତ୍କୃଷ୍ଟ ହେବାକୁ ଯାଉଛି । ଦୁଇ ଦୁଇଟି ଷ୍ଟାଡିୟମରେ ବିଶ୍ୱକପ ହେବା ସହ ସମ୍ପୂର୍ଣ୍ଣ ଓଡିଶା ରେ ଏହାକୁ ନେଇ କ୍ରେଜ  ଏବେଠୁ ବେଶ ବାରି ହେଲାଣି।

ସିମ୍ପୁଲ ନାୟକ

Leave a Reply

Your email address will not be published.

Back to top button