ଜାତୀୟ

ଫୋର୍ଟସ୍କ୍ୟୁ ମେଟାଲ୍‌ସ ଗ୍ରୁପ୍ ଏବଂ ଫୋର୍ଟସ୍କ୍ୟୁ ଫ୍ୟୁଚର ଇଣ୍ଡଷ୍ଟ୍ରିଜର କାର୍ଯ୍ୟକାରୀ ଅଧ୍ୟକ୍ଷ ଏବଂ ପ୍ରତିଷ୍ଠାତା ଡ. ଆଣ୍ଡ୍ର୍ୟୁ ଫରେଷ୍ଟଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ସିଡନୀରେ ପ୍ରମୁଖ ଅଷ୍ଟ୍ରେଲୀୟ ଉଦ୍ୟୋଗପତି ତଥା ଫୋର୍ଟସ୍କ୍ୟୁ ମେଟାଲ୍ସ ଗ୍ରୁପ୍ ଏବଂ ଫୋର୍ଟସ୍କ୍ୟୁ ଫ୍ୟୁଚର ଇଣ୍ଡଷ୍ଟ୍ରିଜର କାର୍ଯ୍ୟକାରୀ ଅଧ୍ୟକ୍ଷ ଏବଂ ପ୍ରତିଷ୍ଠାତା ଡ. ଆଣ୍ଡ୍ର୍ୟୁ ଫରେଷ୍ଟଙ୍କୁ ଭେଟିଛନ୍ତି ।

ଗ୍ରୀନ୍ ହାଇଡ୍ରୋଜେନ କ୍ଷେତ୍ରରେ ଭାରତୀୟ କମ୍ପାନୀ ସହ କାମ କରିବା ପାଇଁ ଫୋର୍ଟସ୍କ୍ୟୁ ଗ୍ରୁପ୍ର ଯୋଜନାକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ । ଭାରତର ନବୀକରଣ ଯୋଗ୍ୟ ଶକ୍ତି ମହତ୍ତ୍ୱାକାଂକ୍ଷା ଯୋଜନା ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ ଗ୍ରୀନହାଇଡ୍ରୋଜେନ ମିଶନ ଭଳି ଭାରତ ଦ୍ୱାରା ନିଆଯାଉଥିବା ପରିବର୍ତ୍ତନକାରୀ ପଦକ୍ଷେପ ଓ ଯୋଜନା ଉପରେ ଆଲୋକପାତ କରିଥିଲେ ।

ଡ. ଫରେଷ୍ଟ ପ୍ରଧାନମନ୍ତ୍ରୀଙ୍କୁ ଭାରତରେ ଫୋର୍ଟସ୍କ୍ୟୁ ଫ୍ୟୁଚର ଇଣ୍ଡଷ୍ଟ୍ରିଜର ଯୋଜନା ଏବଂ ପ୍ରୋଜେକ୍ଟ ବାବଦରେ ଅବଗତ କରାଇଥିଲେ ।

Related Articles

Leave a Reply

Your email address will not be published.

Back to top button