ଭୁବନେଶ୍ବର: ଧାମନଗର ଉପନିର୍ବାଚନରେ ବିଜେଡି ଖେଳିଲା ମହିଳା କାର୍ଡ । ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ବିଜେଡି ତାର ପ୍ରାର୍ଥୀ ଘୋଷଣା କରିଛି। ଧାମନଗର ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନରେ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଛି ବିଜେଡି।
ତିହିଡି ବ୍ଲକ ଅଧ୍ୟକ୍ଷା ହେଉଛନ୍ତି ଅବନ୍ତୀ । ସେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ସମର୍ଥକ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଏଥିସହ ସେ ତାଙ୍କ ଅଞ୍ଚଳର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ନେତୃତ୍ବ ନେଉଥିଲେ। ତାଙ୍କ ହାତରେ ରହିଛନ୍ତି ଅଞ୍ଚଳର ବହୁ ମହିଳା। ତେଣୁ ବିଜେଡି ତାଙ୍କୁ ପ୍ରାର୍ଥୀ ଭାବେ ବାଛିଛି। ସେପଟେ ତାଙ୍କୁ ଧାମନଗର ପାଇଁ ପ୍ରାର୍ଥୀ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଅବନ୍ତୀ।
ନଭେମ୍ୱର ୩ ତାରିଖରେ ଅନୁଷ୍ଠିତ ହେବ ଧାମନଗର ଉପନିର୍ବାଚନ। ସେଥିପାଇଁ ଧାମନଗର ରାଜନୀତି ଉଠୁଛି ପଡୁଛି। ବିଜେପି ସୂରଜ ସୂର୍ଯ୍ୟବଂଶୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ମଙ୍ଗଳବାର ସୂରଜ ନାମାଙ୍କନପତ୍ର ଦାଖଲ କରିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now