ବିଜେଡିର ନା ନୀତି ଅଛି ନା ନୈତିକତା। କ୍ଷମତାରୁ ଯିବା ପରେ ଆଞ୍ଚଳିକ ଦଳ ଭାବେ ମୂରବୀଶୂନ୍ୟ ହୋଇଗଲାଣି। ଗର୍ବ ଓ ଅହଙ୍କାରରେ ଫାଟିପଡ଼ୁଥିବା ବିଜେଡି ବୁଡ଼ିବା ପ୍ରାୟ। ଏବେ ତ ଆରମ୍ଭ ମାତ୍ର। ବିଜେଡି ଭାଗ ଭାଗ ନୁହେଁ। ପୁରା ଗୁଣ୍ଡ ହୋଇଗଲାଣି ବୋଲି କହିଛନ୍ତି ବିଜୁଳି। ବିଜେପି ବିଧାୟକ ସନାତନ ବିଜୁଳି କହିଛନ୍ତି, ଓଡ଼ିଶାବାସୀଙ୍କୁ ଯେଉଁ ଭଳି ପ୍ରତାରଣା କରିଥିଲେ, ଓଡ଼ିଶାବାସୀଙ୍କ ଆଖରୁ ଲୁହ ପଡ଼ିସାରିଛି। ବିଜେଡି ଏବେ ଅତୀତ ହେବାକୁ ଯାଉଛି। ନବୀନଙ୍କ ଆଉ ଦଳ ଉପରେ ନିୟନ୍ତ୍ରଣ ନାହିଁ। ଯେଉଁ ଦବଦବା ଥିଲା, ଆଉ ନାହିଁ। ତାଙ୍କର କର୍ତ୍ତୃତ୍ୱ ପୂର୍ବଭଳି ନାହିଁ। ଦଳ ଆଉ ଅଛି ଯେ, ଖଣ୍ଡଖଣ୍ଡ ହେବ। ଦଳ ଆଉ ଦଳ ଅବସ୍ଥାରେ ହିଁ ନାହିଁ ବୋଲି କହିଛନ୍ତି ସନାତନ ବିଜୁଳି।


Naxatra News is now on Whatsapp
Join and get latest news update delivered to you via whatsapp
Join Now