ଭୁବନେଶ୍ୱର, ୨୪ ଜୁଲାଇ – ଓଡ଼ିଶା ଷ୍ଟାଫ୍ସିଲେକସନ୍କମିଶନ ପରୀକ୍ଷାର ପ୍ରଶ୍ନପତ୍ର ଲିକ ଘଟଣାରେ ଏକ ଆନ୍ତଃରାଜ୍ୟ ଦଲାଲ ରାକେଟ ୍ଧରାପଡ଼ିବା ପରେ ଓଡ଼ିଶା ବିଜେପିଏହାକୁ ନେଇ ହୀନ ରାଜନୀତ ଆରମ୍ଭ କରିଦେଇଛି ବୋଲ ିବିଜୁଜନତା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ଡ.ଲେନିନ ମହାନ୍ତି କହିଛନ୍ତି ଯେ କିଛିଦିନ ତଳେ ଓଡ଼ିଶା ପୁଲିସ ତତ୍ପରତା ପ୍ରକାଶ କରି ଏକ ଆନ୍ତଃରାଜ୍ୟ ରାକେଟ୍ ଧରିବାରେ ସକ୍ଷମ ହୋଇଛି ।ଏହି ରାକେଟରେ ଥିବା ବାହାର ରାଜ୍ୟର ଦଲାଲମାନେ ଓଡ଼ିଶା ଷ୍ଟାଫ ୍ସିଲେକସନ୍କମିସନ ପରୀକ୍ଷା ସମେତ ବିଭିନ୍ନ ରାଜ୍ୟରେ କେନ୍ଦ୍ରୀୟ ଷ୍ଟାଫ ୍ସିଲେକସନ ୍କମିସନ ଦ୍ୱାରା ପରିଚାଳିତ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣାରେ ସଂପୃକ୍ତ ଅଛନ୍ତି । ଏଭଳିଏକ ଆନ୍ତଃ ରାଜ୍ୟ ରାକେଟର ପର୍ଦ୍ଦାଫାସ୍ କରିଥିବା ଓଡ଼ିଶା ପୁଲିସର ପଦକ୍ଷେପ ବାସ୍ତବିକ ପ୍ରଶଂସନୀୟ । ମାତ୍ର ଦୁର୍ଭାଗ୍ୟର ବିଷୟ ହେଲା, ଯେତେବେଳେ ଓଡ଼ିଶା ପୁଲିସ ପ୍ରଶାସନ କୌଣସି ଏକ ଅନିୟମିତତାର ପର୍ଦ୍ଦାଫାସ୍ କରୁଛ ିକିମ୍ୱା ଭିଜିଲାନ୍ସହାତରେ ଧରା ପଡ଼ିଥିବା କୌଣସି ଦୁର୍ନୀତିଗ୍ରସ୍ତ ଅଫିସର ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣକରୁଛି; ଓଡ଼ିଶା ବିଜେପିଏହାକୁ ନେଇ ନିମ୍ନମାନର ରାଜନୀତ ିକରିବା ଆରମ୍ଭ କରିଦେଉଛି ।
ଡ. ମହାନ୍ତି କହିଛନ୍ତି ଯେ ଅତୀତରେ ଗୁଜରାଟ, ୟୁପି, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଭଳି ବିଜେପି ଶାସିତ ରାଜ୍ୟରେ ମଧ୍ୟ କେନ୍ଦ୍ର ସରକାରଙ୍କ ଷ୍ଟାଫ୍ ସିଲେକସନ୍ କମିଶନ ପରୀକ୍ଷାଏପରିକି କେତେକ ସ୍ଥାନରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଛି ।ଏସବୁମାମଲାରେ ମଧ୍ୟ ଏହିଭଳିକିଛି ଦଲାଲଙ୍କ ରାକେଟ୍ ସଂପୃକ୍ତ ଥିବା ଜଣାପଡ଼ିଛି ।କାହ ିଁସେତେବେଳେ ତ ବିଜେପିନେତାମାନେ ଏହାକୁ ନେଇ ରାଜନୀତି କରୁ ନ ଥିଲେ? ସେଗୁଡ଼ିକ ବିଜେପିଶାସିତରାଜ୍ୟ ଥିଲାବୋଲିସେମାନେ ନିଜ ମୁହଁରେ ତୁଣ୍ଡିବାନ୍ଧି ଦେଇଥିଲେକି? ଏବେ ଓଡ଼ିଶାରେ ସମାନ ଧରଣରରାକେଟ୍ ଧରାପଡ଼ିକାର୍ଯ୍ୟାନୁଷ୍ଠାନ ନେଲାବେଳେକୁଏମାନେ ଏମିତି ବାଉଳି ଚାଉଳ ିହେଉଛନ୍ତିକାହିଁକି?
Naxatra News is now on Whatsapp
Join and get latest news update delivered to you via whatsapp
Join Now