ତେଜିଲା ଭୁବନେଶ୍ୱର ବିଜେଡି ବିବାଦ ;ଶଙ୍ଖ ଭବନରେ ହରତାଳ

ତେଜିଲା ଭୁବନେଶ୍ୱର ବିଜେଡି ବିବାଦ। ଶଙ୍ଖ ଭବନରେ ହରତାଳ ପ୍ରସ୍ତୁତି ବୈଠକରୁ ବାଇଁଆ ଓ ଲିଟୁଙ୍କୁ ଯେଭଳି ଅପମାନିତ କରି ବିଦା କରିଦିଆଗଲା। ତାହାର ପ୍ରତିଶୋଧ ରାଜନୀତି ତୀବ୍ର ହେଲାଣି। ଶଙ୍ଖ ଭବନରେ ଏହି ଯୋଡ଼ିକୁ ଏକାମ୍ର ଓ ମଧ୍ୟର କର୍ପୋରେଟର ବିରୋଧ କରିଥିଲେ। ଆଲୋଚନାରେ ଏମାନଙ୍କୁ ସାମିଲ୍ କଲେ କେହି ସାମିଲ୍ ହେବେନି ବୋଲି ରୋକଠୋକ୍ ଶୁଣାଇଦେଇଥିଲେ। କଥା କଟାକଟି ହୋଇଥିଲା। ବିଜେପି ସହ ସମ୍ପର୍କରେ ରରି ବିଜେଡି ପ୍ରତି ବିଶ୍ୱାସଘାତକତାର ଟ୍ୟାଗଲାଇନ୍ ଲଗାଇଦେଇଥିଲେ ବାଇଁଆ-ଲିଟୁଙ୍କ ଦେହରେ ଅନେକ। ଯଦିଓ ବୈଠକ ଛାଡି ଚାଲିଆସିଥିଲେ ବାଇଁଆ ଓ ଲିଟୁ। କିନ୍ତୁ ଏଭଳି ଅପମାନର ପ୍ରତିଶୋଧ ନେବା ସହ ସତ କଅଣ, ତାକୁ ସୁପ୍ରିମୋଙ୍କ କାନ ଯାଏ ନେବାକୁ ପ୍ରସ୍ତୁତ ହେଲେଣି ଏହି ଯୋଡ଼ି। ୬୫ ନମ୍ୱର ଓ୍ୱାର୍ଡର ବିଜେଡି କର୍ପୋରେଟର ପ୍ରାର୍ଥୀ ରାଜେଶ ପାତ୍ର ବିଜେପିର ସଦସ୍ୟତା ଗ୍ରହଣ କରିଥିଲେ ସୁଦ୍ଧା ତାଙ୍କୁ ସାଙ୍ଗରେ ନେଇ ବୈଠକ ହେଉଥିବାରୁ ବିରୋଧ କରିଥିଲେ ଉଭୟ। କିନ୍ତୁ କିଛି ନେତା ନିଜର ଭାବମୂର୍ତ୍ତି ରକ୍ଷା କରିବାକୁ ସେମାନଙ୍କୁ ବିଜେପି ସହ ଯୋଡ଼ି ବଦନାମ କରିବାକୁ ଚାହୁଁଛନ୍ତି ବୋଲି ଆରୋପ ଲଦିଛନ୍ତି। ବିଜେପି ସଦସ୍ୟ ଶଙ୍ଖ ଭବନରେ କାହିଁକି କହିବାରୁ ଏଭଳି ଚାଲ୍ ଖେଳିଥିଲେ ନେତାଏ। ଅଶୋକ ପଣ୍ଡା ଓ ଅନନ୍ତ ଜେନାଙ୍କ ନାଁ ନ ନେଇ ତୀର ମାରିଛନ୍ତି ବାଇଁଆ-ଲିଟୁ। ରାଜେଶ ପାତ୍ରଙ୍କୁ ବିରୋଧ କରିବାରୁ ଗଣ୍ଡଗୋଳ ହେଲା ବୋଲି ଥାନାରେ ଅଭିଯୋଗ କରିଛନ୍ତି। ରାଜେଶ ପାତ୍ର, ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ବିରୁଦ୍ଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିବାକୁ ନବୀନ ନିବାସ ଯିବେ ଉଭୟ ବୋଲି କହିଛନ୍ତି।

ସେପଟେ ରାଜେଶ ପାତ୍ର କହିଛନ୍ତି, ସେ ବିଜେଡିରେ ଅଛନ୍ତି। ନିର୍ବାଚନ ପୂର୍ବରୁ ଓ ପରେ ଏହି ଦୁଇ କର୍ପୋରେଟର ବିଜେପି ନେତାଙ୍କ ସହ ବୁଲିବା ସହ ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ଖୋଲାଖୋଲି ବିରୋଧ କରୁଥିଲେ। ଦଳ ବିରୋଧୀ କାମ କରୁଥିଲା କିଏ ତାହା କାହାରିକୁ ଅଛପା ନାହିଁ। ସେଥିଲାଗି ବାଇଁଆ-ଲିଟୁଙ୍କ ଅଭିଯୋଗ ଭିତ୍ତିହୀନ। ଦଳ ଜାଣିଛି, କିଏ ଦଳରେ ରହିଛି। ଆଉ କିଏ ଦଳରେ ରହି ଗୋଛିକଟା ରାଜନୀତି କରୁଛି।

ମଝିରେ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତ ଦଳୀୟ କନ୍ଦଳ ଉଗ୍ର ହେଉଥିବା ଦେଖି ଗଣମାଧ୍ୟମରେ ମନ୍ତବ୍ୟ ଦେବାକୁ କଟକଣା ଜାରି କରିଥିଲେ। କିନ୍ତୁ ଦଳୀୟ ପ୍ରସଙ୍ଗରେ ଅନେକ ସମୟରେ ବାଇଁଆ ଓ ଲିଟୁ ମତମନ୍ତବ୍ୟ ଦେଉଥିବା କଥାକୁ ନେଇ ଗଣ୍ଠି କରିଛନ୍ତି ଅପରପକ୍ଷ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *