ବିଜେଡିରୁ ଇସ୍ତଫା ଦେଲେ ନଳିନୀପ୍ରଭା ଜେନା। ନଳିନୀପ୍ରଭା ଜେନା ହେଉଛନ୍ତି ଯାଜପୁର ଜିଲ୍ଲା ପରିଷଦର ସଭାପତି। ଦଳୀୟ କାର୍ଯ୍ୟକ୍ରମରେ ଅବହେଳା ଓ ଅଣଦେଖା ଯୋଗୁ ସେ ନିଜ ପଦବୀରୁ ଦେଲେ ଇସ୍ତଫା। ସେ ତାଙ୍କର ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟନାୟକଙ୍କ ନିକଟକୁ ପଠାଇଥିବା ସୂଚନା। ତେବେ ଆଜି କିଛି ସମୟ ପୂର୍ବରୁ ଦଳରୁ ନିଲମ୍ବିତ ହୋଇଥିଲେ ଯାଜପୁର ଜିଲ୍ଲା ପରିଷଦ ଉପ ସଭାପତି ଗଣେଶ୍ୱର ବରାଳ। ଦଳ ବିରୋଧୀ କାର୍ଯ୍ୟ ଯୋଗୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now