ବିଜୁ ବାବୁଙ୍କ ପ୍ରତି ଅସମ୍ମାନ ଓଡ଼ିଆ ଅସ୍ମିତାକୁ ଅପମାନ କହି ବିଧାନସଭାରେ ଗର୍ଜିଛି ବିଜେଡି। ଗୃହ କାର୍ଯ୍ୟ ଆରମ୍ଭରୁ ହାତରେ ପ୍ଲାକାର୍ଡ ଧରି ବିଜେପି ସରକାରଙ୍କ ହୀନମନ୍ୟତାକୁ ବରଦାସ୍ତ କରାଯିବନି କହି ବାଚସ୍ପତିଙ୍କ ପୋଡିଅମ ତଳେ ନାରାବାଜି କରିଥିଲା। କେଉଁ ଷଡ଼ଯନ୍ତ୍ର ଲାଗି ମାର୍ଚ୍ଚ ୫ରେ ହୋଇଆସୁଥିବା ପଞ୍ଚାୟତିରାଜ ଦିବସର କ୍ୟାଲେଣ୍ଡରକୁ ରାତିଅଧିଆ ବଦଳାଇ ଦିଆଗଲା। ଯେଉଁ ବିଜୁ ବାବୁ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢୀକରଣ କରିଥିଲେ, ସେଭଳି ଉତ୍ତୁଙ୍ଗ ବ୍ୟକ୍ତିତ୍ୱଙ୍କୁ ଅପମାନ ଓଡ଼ିଆ ଜାତି ପ୍ରତି ଅପମାନ କହିଛି ବିଜେଡି। ଏହାର ପ୍ରତିବାଦରେ ରାଜରାସ୍ତାରେ ଲଢ଼େଇ ହେବ ବୋଲି ଚେତାବନୀ ଦେଇଛି ବିଜେଡି। ବିଧାନସଭା ପରିସରରେ ଥିବା ବିଜୁ ପ୍ରତିମୂର୍ତ୍ତି ତଳେ ଧାରଣା ଦେବା ସହ ବିକ୍ଷୋଭ କରିଥିଲା ବିଜେଡି।

Naxatra News is now on Whatsapp
Join and get latest news update delivered to you via whatsapp
Join Now