ମୁଖ୍ୟମନ୍ତ୍ରୀଙ୍କୁ କଲେ ସମ୍ୱର୍ଦ୍ଧିତ

ମୁଖ୍ୟମନ୍ତ୍ରୀଙ୍କୁ ସମ୍ୱର୍ଦ୍ଧିତ କଲେ ବିଜେପି ବିଧାୟକ ଏବଂ ମନ୍ତ୍ରୀ । ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହୋଇଥିବା ଡିଜି ଏବଂ ଆଇଜି କନଫରେନ୍ସର ସଫଳ ଆୟୋଜନ ପାଇଁ ଶୁଭେଚ୍ଛା ଜଣାଇଲେ । ନଭେମ୍ବର 29 ରୁ ଡିସେମ୍ବର 1 ଯାଏଁ 3 ଦିନ ଧରି ଆୟୋଜିତ ହୋଇଥିଲା ଏହି କନଫରେନ୍ସ । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ଓଡ଼ିଶାରେ ଉପସ୍ଥିତ ରହି ଏହି ବୈଠକରେ ଯୋଗ ଦେଇଥିଲେ । ଯଦିଓ ଏହି ବୈଠକ ପାଇଁ ଆତଙ୍କୀ ଧମକ ରହିଥିଲା କିନ୍ତୁ ସବୁ ସତ୍ତ୍ୱେ ଶାନ୍ତି ଶୃଙ୍ଖଳାର ସହ ତିନି ଦିନିଆ ସମ୍ମିଳନୀ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ବିଧାୟକ ଏବଂ ମନ୍ତ୍ରୀ ମାନେ । ବିଧାନସଭା 54 ନମ୍ବର ହଲରେ ଆୟୋଜନ ହୋଇଥିଲା ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ । କେବଳ ଡିଜି ଆଇଜି କନଫରେନ୍ସ ନୁହଁ ଆଗାମୀ ଦିନରେ ରାଜ୍ୟରେ ପ୍ରଥମ ଥର ପାଇଁ ପ୍ରବାସୀ ଭାରତୀୟ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି । ତାକୁ ମଧ୍ୟ ସୁରୁଖୁରୁରେ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *