ବିଜେପି ପକ୍ଷରୁ ଜୟପୁର ବିଦ୍ୟୁତଖଣ୍ଡ ନିର୍ବାହୀଯନ୍ତ୍ରୀଙ୍କ କାଯ୍ୟାଳୟ ଘେରାଉ ଓ ବିକ୍ଷୋଭ

Spread the love

ଜୟପୁର : ଟାଟା ପାୱାର ବିରୁଦ୍ଧରେ ଘେରାଉ ଓ ବିକ୍ଷୋଭ କରିଛି ଜୟପୁର ବିଜେପି । ଜୟପୁର ବାମୁଣି ଗାଁ ସ୍ଥିତ ବିଦ୍ୟୁତଖଣ୍ଡ ବିଭାଗର ନିର୍ବାହୀଯନ୍ତ୍ରୀଙ୍କ କାଯ୍ୟାଳୟକୁ ଘେରାଉ କରିଛି । ରଜ ପାଇଁ ସରକାରି କାଯ୍ୟାଳୟ ଛୁଟି ଥିବା ସତ୍ୱେବି ବିଜେପି ଘେରାଉ ବିକ୍ଷୋଭ କରିଛି । କୋରାପୁଟ ଜିଲାରେ ବିଦ୍ୟୁାତ ଉତ୍ପାଦନ ହେଉଛି କିନ୍ତୁ, ଜିଲାରେ ବିଦ୍ୟୁତ ସେବା ଲୋକଙ୍କୁ ଠିକରେ ମିଳୁ ନାହିଁ । ଗୋଟିଏ ପଟେ ପ୍ରବଳ ଖରା ସହ ଉଚ୍ଚ ତାପମାତ୍ରା ଲାଗି ରହିଛି । ଏହା ଭିତରେ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ ହେଉଛି। ତାହା ସହ ଲୋ ଭଲଟେଜ ସମସ୍ୟା ମଧ୍ୟ ଲାଗିରହୁଛି । ଟାଟା ପାୱାର ବିତରଣ ଦାୟିତ୍ଵ ନେବା ପର ଠାରୁ ଏଭଳି ସମସ୍ୟା ବୃଦ୍ଧି ପାଉଛି । ଘରୋଇ ଇଭେଣ୍ଟର କମ୍ପାନି ସହ ବିଦ୍ୟୁତ ବିଭାଗ କର୍ମଚାରି ଓ ବିଭାଗୀୟ ମନ୍ତ୍ରୀଙ୍କ ସଲାସୁତରା କରି ଏଭଳି ବିଭ୍ରାଟ କରୁଥିବା ଅଭିଯୋଗ କରିଛି ବିଜେପି । ଏନେଇ ଦଳିୟ ପତକା ଧରି ବିକ୍ଷୋଭ କରିଛି ।

ସୂଚନା ପାଇ ବିଭାଗୀୟ ନିର୍ବାହୀଯନ୍ତ୍ରୀ ବରୁଣ ଚୌଧୁରି ପହଞ୍ଚି ବିକ୍ଷୋଭକାରିଙ୍କ ସହ ଆଲୋଚନା କରିଥିଲେ । ସେପଟେ ବିଜେପି ଆଣି ଥିବା ଅଭିଯୋଗକୁ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ବରୁଣ ଚୌଧୁରି ଖଣ୍ଡନ କରିଛନ୍ତି । ଯେତେବେଳେ କୌଣସି ମେଣ୍ଟେନେସ କାଯ୍ୟହେଇଛି ସେହି ସମୟରେ ହିଁ ବିଦ୍ୟୁତ ସରବାରହ ବନ୍ଦ ରହୁଛି ପରେ କାଯ୍ୟ ସରିଲେ ପୁଣି ସ୍ଵାଭାବିକ ହେଉଛି ବିଦ୍ୟୁତ ସେବା ଓ ଲୋଭୋଲଟେଜ ସମସ୍ୟା ରହୁ ନାହିଁ।

ବିଜେପି ତରଫରୁ ଗୌତମ ସାମନ୍ତରାୟ, ମୋହନ ମାଝୀ ପ୍ରମୁଖ ଘେରାଉ ଓ ବିକ୍ଷୋଭରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *