ବିଜେପି ରାଜ୍ୟ ପ୍ରଭାରୀଙ୍କ ଜୟପୁର ଗସ୍ତ

Spread the love

ଜୟପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ବର୍ଷ ଶାସନର ବିକାଶ ମୂଳକ ଜନ ସଂପର୍କ ଯାତ୍ରା ଅବସରରେ ଆଜି କୋରାପୁଟ ଜିଲ୍ଲା ଗସ୍ତ କରିଛନ୍ତି କେନ୍ଦ୍ରୀୟ ନେତ୍ରୀ ତଥା ଓଡ଼ିଶା ପ୍ରଭାରୀ ଡି. ପୁରେନ୍ଦେଶ୍ୱରି ଆଜି ଜିଲ୍ଲାର ପୋଟାଙ୍ଗୀ, କୋରାପୁଟ ଓ ଜୟପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତକୁ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରିଥିଲେ ।ଏପରିକି କେନ୍ଦ୍ର ସରକାରଙ୍କ ଯୋଜନାର ଲାଭ ପାଇଁଛନ୍ତି କି ନାହିଁ ସିଧାସଳଖ ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଏପରିକି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ରାଜ୍ୟ ସରକାର ନିଜର ବୋଲି ଡିନଡିମ ପିଟୁଥିବା ଅଭିଯୋଗ କରିଛନ୍ତି । ନରେନ୍ଦ୍ର ମୋଦୀଙ୍କ ସରକାର କେନ୍ଦ୍ରରେ ଆସିବା ପରେ ଓଡ଼ିଶାରେ ବହୁତ ଯୋଜନା ଲାଗୁ କରିଛନ୍ତି ଏହାସହ ରାସ୍ତା, ବିଦ୍ୟୁତ୍, ଶିକ୍ଷା ପାଇଁ କୋରାପୁଟ ଓ ରାୟଗଡା ଜିଲ୍ଲା ପାଇଁ ପାଇଁ ପାଖପାଖି ୨୬ଶହ କୋଟି ଟଙ୍କା ପ୍ରଦାନ କରିଛନ୍ତି କିନ୍ତୁ ସେ ଟଙ୍କାର ହିସାବ ଦେଉନଥିବା ପୁରେନ୍ଦେଶ୍ୱରି ଅଭିଯୋଗ କରିଛନ୍ତି ।ଏହାସହ ବହୁ ପ୍ରତିକ୍ଷୀତ ଜୟପୁର- ମାଲକାନଗିରି, ଜୟପୁର – ନବରଙ୍ଗପୁର ରେଳ ପ୍ରକଳ୍ପର ମନ୍ଥର ଗତିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *