ବିଶ୍ୱାସ ନହେଲେ ବି କଥାଟି ସତ। ବଲାଙ୍ଗୀର ଜିଲ୍ଲାରେ ଗୁଣିଗାରେଡି ରୁ ହତ୍ୟା ସହ ବଳିଦେବା କଥା ଶୁଣିଥିବେ। ହେଲେ ଗୁଣିଗାରେଡି କରି ନାବାଳିକା ଝିଅର ମୁଣ୍ଡରୁ ଇନଜେକ୍ସନ ନିଡିଲ ବାହାର କରିବା କେବେ ଶୁଣିନଥିବେ ନା ଦେଖିନଥିବେ। କିନ୍ତୁ ଏଭଳି ଏକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳ ଇଚଗାଁରୁ। ଯାହା ବିଶ୍ୱାସ ନ ହେଲେ ମଧ୍ୟ ସତ। ନାବାଳିକା ଝିଅ ମୁଣ୍ଡରୁ ବାହାରୁଛି ନିଡିଲ ଓ ଆପେ ଆପେ କଟି ଯାଉଛି ହାତ। ଏନେଇ ଥାନାରେ ଅଭିଯୋଗ ହେବା ପରେ ଗୁଣିଗାରେଡି କରିଥିବା ଗୁଣିଆକୁ ଗିରଫ କରିଛି ପୋଲିସ। ନାବାଳିକାର ଅବସ୍ଥା ଗୁରୁତର ହେବାରୁ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସା ଚାଲିଥିବା ବେଳେ ଡାକ୍ତର ମଧ୍ୟ ଏଭଳି ଘଟଣାକୁ ନେଇ ତାଯୁବ ହୋଇଛନ୍ତି। ଅପରେସନ କରି ଝିଅ ମୁଣ୍ଡରୁ ନିଡିଲ କଢ଼ା ଯିବ ବୋଲି ଡାକ୍ଟର କହିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now