ଓଡ଼ିଶା

ମହାନଦୀରେ ଦେଖିବାକୁ ମିଳିଲା ଏକ ୧୦ ଫୁଟ ଲମ୍ବର କୁମ୍ଭୀର

ଭୁବନେଶ୍ୱର : କଟକ ଜିଲ୍ଲା ତିଗିରିଆ ବ୍ଲକ ବଡନାଉପୁଟ ପଞ୍ଚାୟତ ବଉଳାଙ୍ଗ ଗ୍ରାମ ମହାନଦୀରେ ଏକ ୧୦ ଫୁଟ ଲମ୍ବର କୁମ୍ଭୀର ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ଗାଧୋଇବାକୁ ମହାନଦୀକୁ ଯାଇଥିବା ବେଳେ ଏହାକୁ ଦେଖିଛନ୍ତି । କୁମ୍ଭୀର ଆତଙ୍କରେ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଛି । ଆଠଗଡ଼ ବନବିଭାଗ କୁମ୍ଭୀର କୁ ଉଦ୍ଧାର କରିବା ପାଇଁ ସାଧାରଣରେ ଦାବୀ କରା ଯାଉଛି । ମହାନଦୀ ବନ୍ୟାରେ ସାତକୋଶିଆ ଅଭୟାରଣ୍ୟରୁ କୁମ୍ଭୀର ଟି ଚାଲି ଆସିଥିବା ସନ୍ଦେହ କରାଯାଉଛି ।

Leave a Reply

Your email address will not be published.

Back to top button