କଳା ଓ ସଂସ୍କୃତି

ସୀମାନ୍ତ ବଲାଣିରେ ୩ ଦିନିଆ ରଜ ମହତ୍ସଵ ଆରମ୍ଭ

ବଲାଣି : ସୀମାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ଓ ପରମ୍ପରା ଲୋପ ପାଉଥିବା ବେଳେ ବଲାଣି ଭଳି ସୀମାନ୍ତ ତଥା ଉପାନ୍ତ ଅଞ୍ଚଳରେ କିଛି ମହିଳା ଓଡ଼ିଆଙ୍କ ମହାନ ପରମ୍ପରା ଓ ସଂସ୍କୃତିକୁ ବଜାୟ ରଖିବାକୁ ଅଣ୍ଟା ଭିଡିଛନ୍ତି । ଏ ନେଇ ମହିଳା ମାନେ ଓଡ଼ିଶାର କୃଷି ଭିତ୍ତିକ ଗଣ ପର୍ବ ରଜ ପର୍ବ ପାଳନ ନିମନ୍ତେ ସ୍ଥାନୀୟ ଲକ୍ଷ୍ମୀ ପୂଜା ପଡିଆ ଠାରେ ୩ ଦିନିଆ ରଜ ପର୍ବ ପାଳନ ନିମନ୍ତେ ନିଜସ୍ୱ ପ୍ରଚେଷ୍ଟାରେ ଭବ୍ୟ ଆୟୋଜନ କରିବାର ପରିଲିକ୍ଷିତ ହୋଇଛି । ଏ ନେଇ ଏକାଧିକ କାଠ ଦୋଳି ତିଆରି ହୋଇଛି । ବୁଧବାର ସକାଳ ସମୟରେ ଦୋଳି ପୂଜା ପୂର୍ବକ ରଜ ମହତ୍ସଵ ଆରମ୍ଭ ହେବାପରେ ସ୍ଥାନୀୟ ଅଞ୍ଚଳର ଲୋକେ ଦୋଳିର ମଜା ନେଇଥିଲେ । ରଜ ଉତ୍ସବ ପାଳନ ସହିତ ୧୨ ବର୍ଷରୁ ୫୫ ବର୍ଷର ମହିଳାଙ୍କ ନିମନ୍ତେ ରଜ ପର୍ବର ଗୀତ, ରଜ ପର୍ବର ପ୍ରସିଦ୍ଧ ପିଠା ପଣା ଓ ପାନ, ରଜ ପର୍ବ ସମ୍ବନ୍ଧରେ ପ୍ରଶ୍ନ ପ୍ରତିଯୋଗିତା, ରଜ ସଜବାଜ , ରଜ ପର୍ବ ସମ୍ବନ୍ଧୀୟ ନୃତ୍ୟ ଆଦି ସମ୍ବନ୍ଧରେ ପ୍ରତ୍ୟେହ ସନ୍ଧ୍ୟାରେ ପ୍ରତିଯୋଗିତା ଆୟୋଜିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ମିଳିଛି । ଏହା ସହିତ ବିଭିନ୍ନ ଖାଦ୍ୟ ପେୟ ସହିତ ରଜ ପାନ ଆଦି ଦୋକାନ ଖୋଲା ଯିବା ସହିତ ଏଠାରେ ସ୍ଥାନୀୟ ଲୋକେ ଯେପରି ମେଳା ର ଆନନ୍ଦ ନେଇ ପାରିବେ ସେ ନେଇ ବ୍ୟବସ୍ଥା କରାଯାଇଛି । ଏହା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Related Articles

Leave a Reply

Your email address will not be published.

Back to top button