ବୈତରଣୀ ମୁହଁରେ ବୁଡ଼ିଲା ଡଙ୍ଗା ।୧୦ ମତ୍ସ୍ୟଜୀବୀ ଉଦ୍ଧାର

 ବୈତରଣୀ ମୁହାଣରେ ବୁଡ଼ିଗଲା ମତ୍ସ୍ୟଜୀବୀଙ୍କ ଡଙ୍ଗା  । ସେଥିରେ ଥିବା ସମସ୍ତ ୧୦ ମତ୍ସ୍ୟଜୀବୀ ସୁରକ୍ଷିତ ଥିବା ଜଣାଯାଇଛି  ଦୀଘା ଅଞ୍ଚଳର ୧୦ ମତ୍ସ୍ୟଜୀବୀ କିଛି ଦିନ ହେବ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ । ବାତ୍ୟା ଖବର ଶୁଣି ମତ୍ସ୍ୟଜୀବୀମାନେ କୂଳକୁ ଫେରୁଥିଲେ। ମାତ୍ର କୂଳ ପାଖରେ ପହଞ୍ଚିବା ପରେ ଭାରସାମ୍ୟ ହରାଇ ବୋଟ୍‌ଟି ଉପରକୁ ଉଠି ପାରି ନ ଥିଲା  । ଫଳରେ ତାହା ପାଣିରେ ବୁଡ଼ି ଯାଇଥିଲା । ଖବର ପାଇ ମେରାଇନ୍‌ ପୁଲିସ୍‌ ଓ ଓଡ୍ରାଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହ ମିଶି ସେମାନେ ବୋଟ୍‌ରୁ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ବାତ୍ୟା ସୂଚନା ପାଇ ସେମାନେ ଧାମରାକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି ।ଅନ୍ୟପଟେ ବାସୁଦେବପୁରରେ ସମ୍ଭାବ୍ୟ ବାତ୍ୟା ଦାନା ପାଇଁ ସତର୍କ କରାଯାଇଛି । ବାତ୍ୟା ପାଇଁ ସମୁଦ୍ର ଅଶାନ୍ତ ରହିବ । ପ୍ରବଳରୁ ପ୍ରବଳ ମାତ୍ରାରେ ବର୍ଷା ସହ ଜୋରରେ ପବନ ବୋହିବା ବୋଲି SRC ପକ୍ଷରୁ ସୂଚନା ଦିଆଯିବା ପରେ ସତର୍କ କରାଯାଛି । ଡାକବାଜି ଯନ୍ତ୍ରରେ ସତର୍କ କରାଯିବା ବେଳେ କୂଳକୁ ଫେରିଛନ୍ତି ମତ୍ସ୍ୟଜିବୀ । ଡଙ୍ଗା ଓ ବୋଟକୁ ସୁରକ୍ଷିତ ସ୍ଥାନରେ ରଖୁଛନ୍ତି ମତ୍ସ୍ୟଜୀବୀ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *