Boudh

ବୌଦ୍ଧ ଜିଲ୍ଲାର ଜିଲ୍ଲା ପରିଷଦ, ଦିଶା ଏବଂ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ

ବୌଦ୍ଧ : ବୌଦ୍ଧ ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହ ରେ ବୌଦ୍ଧ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି  । ଏହି ବୈଠକରେ ପଂଚାୟତି ରାଜ ଓ ପାନୀୟ ଜଳ, ଜଙ୍ଗଲ ଓ ପରିବେଶ ତଥା ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, କନ୍ଧମାଳ ସାଂସଦ ଡଃ. ଅଚ୍ୟୁତାନନ୍ଦ ସାମନ୍ତ, କଂଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ମହୀଧର ରଣା ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ ଯୋଗ ଦେଇଥିଲେ  । ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା, ସମସ୍ତ ପଂଚାୟତ ସମିତି ଅଧ୍ୟକ୍ଷ ଅଧ୍ୟକ୍ଷା, ତଥା ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ହୋଇ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ଯୋଜନାଗୁଡିକର ଅଗ୍ରଗତୀ ଉପରେ ସମୀକ୍ଷା ରେ ଭାଗ ନେଇ ଥିଲେ । ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ଆବାହକତ୍ୱରେ ଏହି ବୈଠକ ସହିତ କନ୍ଧମାଳ ସାଂସଦ ଡଃ. ସାମନ୍ତଙ୍କ ସଭାପତିତ୍ୱ ରେ ଜିଲ୍ଲା ଉନ୍ନୟନ ସମନ୍ୱୟ ପରିଚାଳନା କମିଟି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା  । ତତ୍ପରେ ମାନ୍ୟବର କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ମହୀଧର ରଣାଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ଯୋଜନା କମିଟି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲ୍ଲା କୃଷି ଅଧିକାରୀ ଜିଲ୍ଲାରେ କପା ଚାଷ ପାଇଁ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ରହିଥିବା ପ୍ରକାଶ କରିଥିଲେ । ଏଥିନିମନ୍ତେ ଆବଶ୍ୟକୀୟ ସାର କୀଟନାଶକ ଓ ରସାୟନ ଯୋଗାଇ ଦେବାକୁ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସହକାରୀ ନିଦେ୍ର୍ଦଶକ, ଉଦ୍ୟାନ କୃଷି ବିଭାଗ ଜିଲ୍ଲାରେ ହଳଦୀ ଓ ଅଦା ଚାଷ ପାଇଁ ଚଳିତ ବର୍ଷ ୧୦୦ ହେକ୍ଟର ଲକ୍ଷ୍ୟ ଥିବା କହିଥିଲେ  । ଆମ୍ବ ଚାଷ ସହିତ ଏହି ଚାଷ କରାଯାଇ ପାରିବ  । ପ୍ରାୟ ଏକ କୋଟି ଟଙ୍କା ବ୍ୟୟରେ ୨୫୦ ମେଟ୍ରିକ ଟନ ବିଶିଷ୍ଟ ସୌର ଚାଳିତ ପନିପରିବା ସାଇତା ଘର ପ୍ରତି ବ୍ଲକ୍ ରେ ନିର୍ମାଣ କରାଯିବାର ଯୋଜନା ରହିଥିବା କହିଥିଲେ । ପି. ଡି. ୱାଟରସେଡ କଂଟାମାଳ ବ୍ଲକରେ ଚେକ ଡ୍ୟାମ ଓ ଫାର୍ମ ପଣ୍ଡ ରେ ଅନିୟମିତତା କରିଥିବା ଗ୍ରୂହରେ ଅଭିଯୋଗ ଆସିଥିଲା । ଏଥି ନିମନ୍ତେ ଜିଲ୍ଲାପାଳ ନିଜେ ଅନୁଧ୍ୟାନ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବୈଠକରେ ମତାମତ ପ୍ରକାଶ ପାଇଥିଲା । ୯ ଗୋଟି କମିଟି ମଧ୍ୟରୁ ୬ ଗୋଟି ଗଠିତ ହୋଇଛି । ଅନ୍ୟ ୩ ଗୋଟି ଯେପରି ଶୀଘ୍ର ଗଠିତ ହେବ ପଦକ୍ଷେପ ନେବାକୁ କୁହା ଯାଇଥିଲା । କାର୍ଯ୍ୟ ସରିଥିବା କ୍ଷେତ୍ରରେ ଏମ. ଆର. ଦ୍ୱାରା ୭ ଦିନ ଭିତରେ ତୁରନ୍ତ ପେମେଣ୍ଟ କରିବାକୁ ନିଦେ୍ର୍ଦଶ ଦିଆଯାଇଥିଲା  । କେଉଟିପାଲି ଆଦି ଗ୍ରାମରେ ପେମେଂଟ ହେଉ ନ ଥିବା ଅଭିଯୋଗ ଆସିଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ କରିଥିଲେ ଯେ ତିନି ପର୍ଯ୍ୟାୟ ରେ ଅଦ୍ୟାବଧି ଜିଲ୍ଲାରେ ୫୭ ଗୋଟି ଉଚ୍ଚ ବିଦ୍ୟାଳୟକୁ ୫ଟି ଅଧୀନରେ ହାତକୁ ନିଆ ଯାଇ ସାରିଛି  ।ଆଉ ୧୯ ଗୋଟି ମଧ୍ୟ ଖୁବ ଶୀଘ୍ର ହାତକୁ ନିଆଯିବ  । ଆମିକସ କ୍ୟୁରୀଙ୍କ ଦ୍ୱାରା ଜିଲ୍ଲାର ୭ ଗୋଟି ବିଦ୍ୟାଳୟ ପରିଦର୍ଶନ କରଯାଇଥିଲା ଏବଂ ତାଙ୍କ ରିପୋର୍ଟ ଆଧାରରେ ଜିଲ୍ଲାରେ ସମସ୍ତ ବିଦ୍ୟାଳୟ ଗୁଡିକରେ ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ପଦକ୍ଷେପ ନିଆଯାଉଛି  ।

ସର୍ବ ଶିକ୍ଷା ଅଭିଯାନରେ କେତେ ଟଙ୍କା ଆବଶ୍ୟକ ଆକଳନ କରି ପ୍ରସ୍ତାବ ଦେବାକୁ ତାଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା  । ସ୍ୱାସ୍ଥ୍ୟ କ୍ଷେତ୍ରରେ ଧନୁଷ୍ଟଙ୍କାର ଆଦି ରୋଗ ମୂଳୋତ୍ପାଟନ ହେତୁ ଜିଲ୍ଲା ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଗ୍ରୂହରେ ପ୍ରକାଶ କରିଥିଲେ  । ନିର୍ବାହୀ ଯନ୍ତ୍ରୀ ଜଳସେଚନଙ୍କୁ ବାଘ ନଦୀ ଏବଂ ମହାନଦୀ କୂଳରେ ଆଡି ବନ୍ଧ ନିର୍ମାଣ ନିମନ୍ତେ ପଦକ୍ଷେପ ନେବାକୁ ନିଦେ୍ର୍ଦଶ ଦିଆଯାଇଥିଲା  । ଜିଲ୍ଲା ମତ୍ସ୍ୟ ଅଧିକାରୀ ଜିଲ୍ଲାରେ ଚଳିତ ବର୍ଷ ୮୫ଲକ୍ଷ ମାଛ ଜାଆଁଳ ଯୋଗାଇ ଦେବାର ଲକ୍ଷ୍ୟ ଥିବା କହିଥିଲେ । ଏମ. ଆଇ. ପ୍ରକଳ୍ପ ଗୁଡିକରେ ମାଛ ଚାଷ ସହିତ ଚିଙ୍ଗୁଡି ଚାଷ କରିବାକୁ ପ୍ରସ୍ତାବ ଦିଆଯାଇଥିଲା  । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ତିନି ଗୋଟି ବ୍ଲକରେ ତିନିଗୋଟି ଆଦର୍ଶ ଅଙ୍ଗନ ବାଡି କେନ୍ଦ୍ର ନିର୍ମାଣ ନିମନ୍ତେ ପ୍ରସ୍ତାବ ଦେବାକୁ ନିଦେ୍ର୍ଦଶ ଦିଆଯାଇଥିଲା  । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ହିତାଧିକାରୀଙ୍କ ଖାତାକୁ ଯେପରି ଭତା ପଇସା ସୁରୁଖୁରୁରେ ଯାଇପାରିବ ବ୍ୟାଙ୍କ ଗୁଡିକ ସହିତ ନିୟମିତ ବୈଠକ କରି ସ୍ଥିର କରିବାକୁ କୁହାଯାଇଥିଲା । ମୃତ୍ୟୁ ଜନିତ ହରିଶଚନ୍ଦ୍ର ସହାୟତା ରାଶି ଯେପରି ତୁରନ୍ତ ପଇଠ ହୋଇପାରିବ ନିଦେ୍ର୍ଦଶ ଦିଆଗଲା  । ନିର୍ବାହୀ ସଂସ୍ଥା ଗୁଡିକ ଦ୍ୱାରା ଯେପରି ସବୁ ପ୍ରକଳ୍ପ ରେ ସୂଚନା ଫଳକ ଲଗାଯାଇ ପାରିବ ସୁନିଶ୍ଚିତ କରିବାକୁ ନିଦେ୍ର୍ଦଶ ଦିଆଯାଇଥିଲା । କେତେକ ଅଂଚଳରେ ଗମନାଗମନ ଅସୁବିଧା ଥିବାରୁ ପଂଚାୟତି ରାଜ ବିଭାଗ ରାସ୍ତା ଗୁଡିକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର ନିମନ୍ତେ ପ୍ରସ୍ତାବ ଦେବାକୁ ବିଭାଗକୁ ନିଦେ୍ର୍ଦଶ ଦିଆଯାଇଥିଲା  । ମାର୍ଗଦର୍ଶୀ ଅନୁସାରେ ଗାର୍ଡ ୱାଲ ନିର୍ମାଣ କରିବାକୁ ପୂର୍ତ ବିଭାଗକୁ ନିଦେ୍ର୍ଦଶ ଦିଆଗଲା  । ଯୋଗେନ୍ଦ୍ରପୁର, ଖଟଖଟିଆ, ବୀରନରସିଂହପୁର ଆଦି ଗ୍ରାମ ପଂଚାୟତରେ ନୂତନ ସେବା ସମବାୟ ସମିତି ଗଠନ ନିମନ୍ତେ ପ୍ରସ୍ତାବ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା । ଟାଟା ପାୱାର ଦ୍ୱାରା ତେଲ ନଦୀ ଉପରେ ଟାୱାର ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବାରୁ କଂଟାମାଳ ଠାରେ ୧୩୨/୩୩ ଗ୍ରୀଡ ଷ୍ଟେସନ ସ୍ଥାପନ ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ପରାମର୍ଶ ଦିଆଯାଇଥିଲା । ମନରେଗା ଯୋଜନାରେ ଅଧିକରୁ ଅଧିକ ପ୍ରକଳ୍ପ ସଂପୂର୍ଣ୍ଣ କରିବାକୁ ବୈଠକରେ ମତାମତ ପ୍ରକାଶ ପାଇଥିଲା  । ଗ୍ରାମୀଣ ଆବାସ ଯୋଜନାରେ ଯେପରି ସ୍ଥାନ ପାଇ ନ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ପଞ୍ଜୀକୃତ କରାଯାଇପାରିବ ସେଥି ନିମନ୍ତେ ସଦସ୍ୟ ସଦସ୍ୟାମାନେ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ପୋର୍ଟାଲ କାର୍ଯ୍ୟକ୍ଷମ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ରୁଷ୍ଟି ଆକର୍ଷଣ କରିବାକୁ ମତ ପ୍ରକାଶ ପାଇଥିଲା । ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅଶ୍ୱିନୀ କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ  । ଶେଷରେ ବୌଦ୍ଧ ଜିଲ୍ଲା ଉପରେ ଏକ ପ୍ରାମାଣିକ ଚଳଚିତ୍ର “ମୋ ବୌଦ୍ଧ, ଭାରୀ ସୁନ୍ଦର” ପ୍ରଦର୍ଶନ କରଯାଇଥିଲା ।

Related Articles

Leave a Reply

Your email address will not be published.

Back to top button